ଦୁର୍ଗମ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ କୁ ନଷ୍ଟ କଲା ଅବକାରୀ ବିଭାଗ

0
170

ବ୍ରହ୍ମପୁର,୧୫/୧୦/୨୦୨୨: ଦୁର୍ଗମ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କଲା ବ୍ରହ୍ମପୁର ଅବକାରୀ ବିଭାଗ । ବ୍ରହ୍ମପୁର ଅବକାରୀ ବିଭାଗର ସଦର ଓ ମୋବାଇଲ୍ ଟିମ୍ ମିଳିତ ଭାବରେ ବ୍ରହ୍ମପୁର ଅବକାରୀ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ କୁମ୍ଭଝରୀ ଗ୍ରାମ ପଛ ପାର୍ଶ୍ୱରେ ରହିଥିବା ପାହାଡ଼ ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ରନ୍ଧାମଦ ସହିତ ପୋଚ ରହିଥିବା ଖବରପାଇ ଏହି ଚଢାଉ କରିଥିଲେ । ଅବକାରୀ ବିଭାଗର ବ୍ରହ୍ମପୁର ଜିଲ୍ଲାର ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉପ-ଅଧିକ୍ଷକ ବିଜୟ କୁମାର ଧାରୁଆ ଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ କୁମ୍ଭଝରୀ ଗ୍ରାମର ଦୁର୍ଗମ ଅଞ୍ଚଳରୁ ପ୍ରାୟ ୧୫୨୦୦ ଲିଟର ଗୁଡ଼ ମିଶ୍ରିତ ମହୁଲ ପୋଚ ସମେତ ୪୧୦ ଲିଟର ହାତ ରନ୍ଧା ଦେଶୀ ମହୁଲି ମଦକୁ ଘଟଣାସ୍ଥଳରେ ଅବକାରୀ ଟିମ୍ ନଷ୍ଟ କରିବା ସହ , ୭୬୦ ଗୋଟି ପୋଚ ଓ ମଦ ପ୍ରସ୍ତୁତ କରିବାକୁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଡ୍ରମ୍ ଓ ବ୍ୟାରେଲ୍ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ଚଢାଉ ସମୟରେ ଅବକାରୀ ସଦର ଆଇ.ଆଇ.ସି ଅର୍ଜୁନ କୁମାର ମଲ୍ଲିକ, ସଦର ଓ.ଆଇ.ସି ପ୍ରଦୀପ କୁମାର ସାହୁ ,ମୋବାଇଲ୍ ଓ.ଆଇ.ସି ସୁଧାଂଶୁ କୁମାର ମୁଣ୍ଡା ଙ୍କ ସମେତ ମୋବାଇଲ ଟିମ୍ ଓ ସଦର ଅବକାରୀ ଟିମ୍ ର କର୍ମଚାରୀ ଓ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here