ଗଞ୍ଜାମ ଜିଲ୍ଲା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ର ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଉଯାପିତ

0
130

ବ୍ରହ୍ମପୁର, ୨୨/୧୦/୨୦୨୨:ଆଜି ସ୍ଥାନୀୟ ଶିବାନନ୍ଦ ନଗର ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଖେଳ ପଡିଆ ରେ ଆୟୋଜିତ ଗଞ୍ଜାମ ଜିଲ୍ଲା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ର ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଉଯାପିତ ହୋଇଯାଇଛି l ଓଡିଶା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ସଂଗଠନ ଦ୍ୱାରା ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ର ଶେଷ ଦିନରେ ଓଡିଶା ଦୃଷ୍ଟିବାଧିତ ସେବା କେନ୍ଦ୍ର ର ସମ୍ପାଦକ ଭବାନୀ ଶଙ୍କର ପାଢ଼ୀ ଅଧକ୍ଷତା କରିଥିଲେ l ଉଦଯାପନୀ ଦିବସରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରିହର ପାଢ଼ୀ, ମେୟର ସଂଘମିତ୍ରା ଦଳାଇ, ଓଡିଶା କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା,ଓଡିଶା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ସଂଗଠନର ସଭାପତି ସନ୍ୟାସି କୁମାର ନାହକ, ମା ଶିଶୁ ମନ୍ଦିର ର ପ୍ରତିଷ୍ଠାତା ଗୌରୀ ଶଙ୍କର ପାତ୍ର,ରାଜ୍ୟ କ୍ରିକେଟ ସଂଘର ସଭାପତି ଜାଫର ଇକବଲ, ପ୍ରମୁଖ ମଂଚାସୀନ ରହି ମହିଳା କ୍ରିକେଟ ଦଳକୁ ଉତ୍ସାହିତ କରିଥିଲେ l ଗଞ୍ଜାମ ମହିଳା କ୍ରିକେଟ ଟିମ ଜାନୁୟାରୀ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ରେ ସଫଳତା ଲାଭ କରିବାକୁ ସୁବାଶିଷ କରିଥିଲେ l ଆଗାମୀ ୨୦୨୩-୨୦୨୪ରେ ହେବାକୁ ଥିବା ମହିଳା ବିଶ୍ୱ କପ ରେ ଯେଭଳି ଉଚ୍ଚକୋଟି ର ଖେଳ ପ୍ରଦର୍ଶନ କରିବାକୁ ଅତିଥି ମାନେ ମତ ବ୍ୟକ୍ତ ରଖିଥିଲେ ।ଏହି ପାଞ୍ଚ ଦିନିଆ ଶିବିର ରେ କୋଚ ରୂପେ ସୁଖଦେବ ସୋରେନ୍ ଓ ସୁମନ୍ତ କୁମାର ପଣ୍ଡା ପ୍ରଶିକ୍ଷଣ ପ୍ରଦାନ କରୁଥିଲେ l ମହିଳା ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ମାନଙ୍କୁ ନୂତନ ଖେଳ ସାମଗ୍ରୀ କିଟ୍ ଅତିଥି ମାନେ ପ୍ରଦାନ କରିଥିଲେ l ଗଞ୍ଜାମ ଜିଲ୍ଲା ର ୬୫ ଜଣ ମହିଳା କ୍ରିକେଟ ଖେଳାଳି ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ କୁ ଚିନ୍ମୟ ସାହୁ, ଶିଳ୍ପା ଷଡ଼ଙ୍ଗୀ, ଅଙ୍କିତା ପାଣି ପ୍ରମୁଖ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here