ଆଲୋକର ପର୍ବ ଦୀପାବଳି ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ଆସ ଫୁଟାଇବା ହସ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
127

ବ୍ରହ୍ମପୁର,୨୫/୧୦/୨୦୨୨:ସବୁ ବର୍ଷ ଭଳି ଏହି ବର୍ଷ ବି ଦୀପାବଳି ରେ ସବୁଜ ବାହିନୀ ପକ୍ଷରୁ ଆମ୍ବଗଡ ନିକଟସ୍ତ ଓମ୍ ଜର ନିବାସ ଓ ବ୍ରହ୍ମପୁର ସହରରେ ଥିବା ପ୍ରାଣୀ ଚିକିତ୍ସାଳୟ ଠାରେ ଧୁମଧାମରେ “ଆସ ଫୁଟାଇବା ହସ” କାର୍ଯ୍ୟକ୍ରମ ପାଳିତ ହୋଇଛି। ସ୍ୱଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବା ଅବସରରେ ପ୍ରାଣୀ ଚିକିତ୍ସାଳୟରେ ଗାଈ ମାନଙ୍କୁ ଗୋ ଖାଦ୍ୟ ବଣ୍ଟନ, ବୃଦ୍ଧାଶ୍ରମ ରେ ବୃଦ୍ଧବୃଦ୍ଧା ମାନଙ୍କ ନୂଆଁ ଲୁଗା,ଖାଇବା ଜିନିଷ ଓ ନୀତି ଦିନିଆ ଆବଶ୍ୟକ ପଡ଼ୁଥିବା ଜିନିଷ ଦେବା ସହ କିଛି ମୁହୂର୍ତ୍ତ ଅତିବାହିତ କରି ସେମାନଙ୍କ ଜୀବନ ରେ ଖୁସି ଆଣିବା ପାଇଁ ଛୋଟିଆ ପ୍ରୟାସ ଟିଏ କରଯାଇଥିଲା।ଆତସବାଜି ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ହୋଇ ପରିବେଶ ନଷ୍ଟ ହୁଏ ଏବଂ ଶବ୍ଦ ପ୍ରଦୂଷଣ ହେବା ଦ୍ବାରା ବିଭିନ୍ନ ପଶୁ ପକ୍ଷୀ ମାନେ ଭୟରେ ମୃତ୍ୟୁ ବରଣ କରିଥାନ୍ତି ସେଥିପାଇଁ ସମାଜ ର ଭିନ୍ନ ଭିନ୍ନ ଲୋକ ମାନଙ୍କୁ ଯୋଡିବା ଓ ସଚେତନ କରିବା ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ । ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ମିଳିମିଶି ସମ୍ପାଦନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଟି ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା

LEAVE A REPLY

Please enter your comment!
Please enter your name here