ସାନଖେମୁଣ୍ଡିରେ ୧୦ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

0
157

ବ୍ରହ୍ମପୁର , ୨୯/୧୦/୨୦୨୨ : ‘ଦୁନିଆଁର ସର୍ବଶ୍ରେଷ୍ଠ ସ୍ଥାନରେ ସର୍ବଦା ଶିକ୍ଷକ ମାନେ ରହିଆସିଥିବା ବେଳେ ଆସନ୍ତା ସବୁଦିନ ପାଇଁ ରହିଥିବେ। ଚାକିରି ଜୀବନରୁ ଅବସର ନେଲେ ମଧ୍ଯ ଶିକ୍ଷକଙ୍କ ଶିକ୍ଷକତାର କୌଣସି ଅବସର ନଥାଏ । ଚାକିରିରୁ ଅବସର ପରେ ମଧ୍ଯ ଶିକ୍ଷକ ସମାଜ ପାଇଁ ସର୍ବଦା ସ୍ମରଣୀୟ ଓ ସମାଜ ପାଇଁ ମୂଲ୍ୟବାନ ବୋଲି ସାନଖେମୁଣ୍ଡି ବ୍ଲକ୍ ଶିକ୍ଷକ ଭବନ ପରିସରରେ ଆୟୋଜିତ ୧୦ ଜଣ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ନିମନ୍ତ୍ରିତ ଅତିଥି ସମୂହ ମତବ୍ୟକ୍ତ କରିଛନ୍ତି । ସେବାନିବୃତ୍ତ ହୋଇଥିବା ଶିକ୍ଷକ ଉଦୟ ନାଥ ପାଢ଼ୀ , ବିନୋଦ କୁମାର ପାତ୍ର , ଜବାହରଲାଲ ସାହୁ , ଗୋଦାବରୀ ପ୍ରଧାନ , ସନ୍ଧ୍ୟାରାଣି ରଥ , ଭୁବନାନନ୍ଦ ଦୋରା , ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହି , ଶରତ ଚନ୍ଦ୍ର ପଣ୍ଡା , ମୂରଲୀଧର ମହାନ୍ତି , ବିଜୟ କୁମାର ରଥଙ୍କୁ ସଂଘ ପକ୍ଷରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସାନଖେମୁଣ୍ଡି ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି କୈଳାସଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଗୋଷ୍ଠି ଶିକ୍ଷାଧିକାରୀ କୁରେସୁ ସେଠି , ସମ୍ମାନିତ ଅତିଥି ବାୟଜ୍ୟେଷ୍ଠ ଶିକ୍ଷକ ପଣ୍ଡିତ ସୋମନାଥ ଦାଶ ଶର୍ମା , ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶୁକଦେବ ମଲିକ , ସମ୍ପାଦକ ବଳରାମ ପୃଷ୍ଟି , ଉପସଭାପତି ସିମାଞ୍ଚଳ ରଥ , ଉପସଭାନେତ୍ରି ବିଷ୍ଣୁପ୍ରିୟା ପଟନାୟକ , କୋଷାଧ୍ୟକ୍ଷ କାଳୁଚରଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କୁ ସମ୍ମାନର ସହ ଅବସରକାଳୀନ ସମ୍ବର୍ଦ୍ଧନା ୟାନପାନ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତା ଶିକ୍ଷକ ଶିକ୍ଷୟତ୍ରୀ ସମୂହ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here