ଆସିକା ସମବାୟ ନିର୍ବାଚନ : ସାନଖେମୁଣ୍ଡିରେ ବାଜି ମାରିନେଲେ ବିରୋଧୀ : ଗଙ୍ଗାଧର , ନାରସୁ ବିଜୟୀ

0
146

ବ୍ରହ୍ମପୁର ,୩୧/୧୦/୨୦୨୨ : ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିର ସାନଖେମୁଣ୍ଡିରେ ଥିବା ଦୁଇଟି ଜୋନ ପାଇଁ ଆଜି ହୋଇଥିବା ନିର୍ବାଚନରେ ବିରୋଧି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନଙ୍କ ପରାଜୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସାନଖେମୁଣ୍ଡି ଜୋନ ନଂ ୪ ପାଇଁ ଆଜି ହୋଇଥିବା ନିର୍ଦ୍ଧେଶକ ପଦବୀ ନିର୍ବାଚନରେ ନାରସୁ ପ୍ରଧାନ ୨୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l ଶ୍ରୀ ପ୍ରଧାନ ୭୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଅଶୋକ ସାବତ ୪୪ ଭୋଟ ପାଇଥିବା ବେଳେ ବିଜେଡ଼ି ସମର୍ଥିତ ଶିଶିର ଦଳେଇ ୨୨ ଖଣ୍ଡ ଭୋଟ ପାଇଛନ୍ତି l ଏହି ଜୋନରେ ମୋଟ ୧୩୮ ଜଣ ପ୍ୟାକ୍ସ ସଦସ୍ୟ ମତଦାନ କରିଥିଲେ l ସେହିପରି ସାନଖେମୁଣ୍ଡି ଓ ଦିଗପହଣ୍ଡି ୫ନଂ ଜୋନର ନିର୍ଦେଶକ ଭାବେ ବରିଷ୍ଠ ନେତା ଗଙ୍ଗାଧର ପାତ୍ର ୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l ଶ୍ରୀ ପାତ୍ର ୭୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଗୋପୀନାଥ ଗୌଡ ୬୯ ଖଣ୍ଡ ଭୋଟ ପାଇଛନ୍ତି । ଏହି ମତଦାନରେ ମୋଟ ୧୪୩ ଜଣ ପ୍ୟାକ୍ସ ସଦସ୍ୟ ମତଦାନ କରିଥିଲେ l ଆସିକା ହରିହର ହାଇସ୍କୁଲରେ ଆଜି ନିର୍ବାଚନ ହେବା ପରେ ଉଭୟ ଗଙ୍ଗାଧର ପାତ୍ର ଓ ନାରସୁ ପ୍ରଧାନ ବିଜୟୀ ଘୋଷଣା କରାଯାଇଥିଲା । ଉଭୟ ବିଜୟୀ ବୋର୍ଡ ଅଫ ମେମ୍ବରଙ୍କୁ ପୂର୍ବତନ ନିର୍ଦ୍ଧେଶକ ଅରବିନ୍ଦ ନାୟକ ଏବଂ ବରିଷ୍ଠ ସମବାୟବିତ୍ ଅନନ୍ତ ମହାକୁଡ଼ ଶୁଭେଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here