ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଟିଏମସି ନେତାଙ୍କ ଅଶାଳୀନ, ଅଭଦ୍ର ଓ ଆଇନ ବିରୋଧୀ ମନ୍ତବ୍ୟ ପାଇଁ ବଡବଜାର ଥାନା ରେ ବିଜେପି ପକ୍ଷରୁ ଏତଲା ପ୍ରଦାନ

0
298

ବ୍ରହ୍ମପୁର,୧୨/୧୧/୨୦୨୨:ଓଡ଼ିଶାର ଝିଅ ଭାରତର ପ୍ରିୟ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ, ଅଭଦ୍ର ଓ ଆଇନ ବିରୋଧୀ ମନ୍ତବ୍ୟ ଦେଇ କରିଥିବା ଧର୍ତ୍ତବ୍ୟ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବିଜେପି ପକ୍ଷରୁ ବଡବଜାର ଥାନାରେ ଏତଲା ଦିଆଯାଇଛି।ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ନାଗରିକ । ତିନି ସେନାର ପ୍ରମୁଖ । ହେଲେ ଏବେ ସେହି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ । ଓଡ଼ିଶାର ଝିଅ, ସାରା ଦେଶର ପ୍ରିୟ ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ । ଦ୍ରୌପଦୀ ମୁର୍ମୁଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ସଭାରେ ଅପମାନିତ କରିବାର ହୀନ ପ୍ରୟାସ କରିଛନ୍ତି ପଶ୍ଚିମବଙ୍ଗ ମମତା ସରକାରର ଜେଲ୍ ବିଭାଗ ମନ୍ତ୍ରୀ ଅଖଳ ଗିରି । ନନ୍ଦିଗ୍ରାମରେ ଜନସଭାରେ ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ମହିଳା ସମାଜ ଓ ସାରା ଦେଶର ଭାବାବେଗକୁ ଦୋହଲାଇ ଦେଲା ଭଳି ମନ୍ତବ୍ୟ ଦେଇଛନ୍ତି ଅଖିଳ ଗିରି ।ଜଣେ ଆଦିବାସୀ ଗରିବ ମହିଳାଙ୍କ ସଂଘର୍ଷମୟ ଯାତ୍ରାର ଅନନ୍ୟ ପ୍ରତିବିମ୍ବ ଦ୍ରୌପଦୀ। ଆଜି ଦ୍ରୌପଦୀ ମୁର୍ମୁ କେବଳ ରାଷ୍ଟ୍ରପତି ନୁହନ୍ତି; ସେ ଖଟିଖିଆ, ମେହନତି, ଗରିବ ଓ ସବୁ ବାଧା ବିଘ୍ନକୁ ସାମ୍ନା କରି ଆଗକୁ ବଢ଼ିବାକୁ ଚାହୁଁଥିବା ପ୍ରତି ବ୍ୟକ୍ତିର ଆଦର୍ଶର ପ୍ରତୀକ । ଦ୍ରୌପଦୀ ମୁର୍ମୁ ଆଜି ସାଧାରଣ ଗରିବଙ୍କ ଆଶା, ଆକାଂକ୍ଷା ଏବଂ ବିଶ୍ୱାସର ପ୍ରତୀକ । ଜୀବନବ୍ୟାପୀ ସଂଘର୍ଷ ଓ ସାଧନା ପରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏଁ ଯାତ୍ରା କରିଛନ୍ତି । ହେଲେ ଏବେ ତାଙ୍କୁ ତାଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରାଯାଇଛି । କୁରୁସଭାରେ ବି ସେଦିନ ଦ୍ରୌପଦୀଙ୍କୁ ଅପମାନିତ କରାଯାଇଥିଲା ।କୁରୁସଭାରେ ଚୁପ ରହିଥିଲେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଭଳି ସମାଜର ପ୍ରତିଷ୍ଠିତ ବୁଦ୍ଧି ଓ ଶକ୍ତିର ବ୍ୟକ୍ତିତ୍ଵ । ସେମାନଙ୍କ ନିରବତା ଦୁର୍ଯ୍ୟୋଧନଙ୍କ ମନୋବଳ ବଢ଼ାଇଥିଲା । ମହାଭାରତ ଯୁଦ୍ଧ ହୋଇଥିଲା । ଏବେ ମହାମହିମ ଦ୍ରୌପଦୀ ଅପମାନିତ । ଓଡ଼ିଆ ଝିଅର ଅପମାନ, ଖାଲି ଓଡ଼ିଶା ନୁହେଁ ସାରା ଦେଶରୁ ସୃଷ୍ଟି ହେବ ପ୍ରତିବାଦର ଧ୍ୱନି ଓ ପ୍ରତିଧ୍ବନି । ତେଣୁ ଏବେ ସମୟ ତାଙ୍କୁ ଉଚିତ ଶିକ୍ଷା ଦେବାର । ସମୟ ଏବେ ଅହଂକାରୀ ଶକ୍ତିକୁ ସିଧା ସିଧା ବିରୋଧ କରିବାର ।କେଇ ଘଣ୍ଟା ପୂର୍ବରୁ ଓଡ଼ିଶା ଗସ୍ତ ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ । ବଡ଼ଦାଣ୍ଡରେ ୨ କିଲୋମିଟର ପଦଯାତ୍ରା ସାଙ୍ଗକୁ ଶ୍ରୀମନ୍ଦିର ସାମ୍ନାରେ ଅରୁଣ ସ୍ତମ୍ଭକୁ ସାକ୍ଷୀ ରଖି ସାଷ୍ଟାଙ୍ଗ ପ୍ରଣିପାତ ସହ ମହାପ୍ରଭୁଙ୍କ ସାମ୍ନାରେ ଯେଉଁ ସମର୍ପଣର ଭାବ ଦେଖାଇଥିଲେ ତା’ର ଚର୍ଚ୍ଚା ବି ଏବେ ସାରା ରାଜ୍ୟରେ । ତପୋବନ ହାଇସ୍କୁଲ, ୟୁନିଟ-2 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ଛାତ୍ରୀନିବାସ ।ମହାମହିମଙ୍କ ଶବ୍ଦ ଓ ସ୍ବର ଏବେ ବି ପ୍ରତିଟି ଓଡ଼ିଆଙ୍କ ହୃଦୟରେ ବୀଣା ଭଳି ଶୁଭୁଛି । ହେଲେ ଜଗନ୍ନାଥ ସଂସ୍କୃତିରେ ଉଦ୍‌ବୁଦ୍ଧ ଦେଶର ପ୍ରଥମ ନାଗରିକଙ୍କୁ ସେହି ରାଜ୍ୟର ମନ୍ତ୍ରୀ ଅପମାନିତ କରିଛନ୍ତି, ଯେଉଁ ରାଜ୍ୟର ଅଧିକାଂଶ ଲୋକେ କଳାଠାକୁର ଙ୍କ ଭକ୍ତ । ତେଣୁ ରାଷ୍ଟ୍ରପତିଙ୍କ ସାଙ୍ଗରେ ଅଳ ଗିରି ଜଗନ୍ନାଥଙ୍କର ମଧ୍ୟ ଅପମାନିତ କରିଛନ୍ତି । ଓଡ଼ିଆ ସ୍ଵାଭିମାନ, ଭାବାବେଗ ଓ ସମ୍ମାନବୋଧକୁ ଭୂଲୁଣ୍ଠିତ କରିବାକୁ ଷଡ଼ଯନ୍ତ୍ରକାରୀ ଏହି ଟିଏମସି ନେତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଏତଲା ରେ ଉଲ୍ଲେଖ କରିଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମ ରତ୍ନଗର୍ଭା ସରସ୍ୱତୀ ଦେବୀଙ୍କ ନେତୢତ୍ୱରେ କର୍ପୋରେଟର ସବିତା ସାହୁ,ରଞ୍ଜିତା ବେହେରା,ବନିତା ସାହୁ,ପ୍ରଦୀପ ଶତପଥି,ନୀଳକଣ୍ଠ ସାହୁ,ବର୍ଷା ବିଦ୍ୟୁସ୍ମିତା,ଗୀତା ସେଠୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ,ସୁନିଲ କୁମାର ସାହୁ,ମଣ୍ଡଳ ସଭାପତି ବିନାୟକ ରଥ,ସରୋଜ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,କେ.ଟୁଙ୍ଗୁରୁ ପାତ୍ର,ସରୋଜ କୁମାର ଦାସ,ବାଙ୍କାନିଧି ସେଠୀ,ଚିତ୍ତରଞ୍ଜନ ସାହୁ,ମହେଶ ତ୍ରିପାଠୀ,ସୌମେନ୍ଦ୍ର ଦାଶ,ସୁମନ ଶତପଥି,ପ୍ରଫୁଲ୍ଲ ସାହୁ ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here