ବାଣିଆବାଡ଼ି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ, ୨ ଆହତ, ଜଣେ ଗୁରୁତର

0
204

ବେଗୁନିଆପଡା, ୧୩/୧୧/୨୦୨୨(ଟୁକୁନା ପ୍ରଧାନ) ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବାଣିଆବାଡ଼ି ଛକ ମୋଡ ରାସ୍ତାରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଯୋଗୁଁ ବାଇକ ଆରୋହି ସମେତ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ବ୍ଲକର ବେତରା ପଲ୍ଲୀ ଗ୍ରାମର ବଳରାମ ଜେନା, ଶିବ ବରଡ଼ ଓ ତାଙ୍କର ଜଣେ ବନ୍ଧୁ ଏକାଠି ଏକ ବାଇକ ଯୋଗେ ବୁରୁଝରି ରାସ୍ତା ପାର୍ଶ୍ୱରେ ଥିବା କାଳୁପଡା ସେକ କେନ୍ଦ୍ରକୁ ସେକ ଦେବା ପାଇଁ ଆସିଥିଲେ।କିନ୍ତୁ ତାହା ଖୋଲିନଥିବା ଯୋଗୁଁ ସେମାନେ ଜଳଖିଆ ଖାଇବା ପାଇଁ ବାଣିଆ ବାଡ଼ି ଛକ କୁ ଆସୁଥିବା ବେଳେ ସେଠାରେ ଥିବା ବାଙ୍କ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ୪୦ ଫୁଟ ଦୂରକୁ ଛିଟିକି ପଡିଥିଲା। ଫଳରେ ବଳରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୁରୁତର ଆହତ ହୋଇଥିଲେ ଓ ଶିବ ମଧ୍ୟ ଆହତ ହୋଇଥିଲେ। ଲୋକେ ତୁରନ୍ତ ସେମାନଙ୍କୁ ସୁମଣ୍ଡଳ ମେଡିକାଲ କୁ ନେଇ ପ୍ରାଥମିକ ଚିକିତ୍ସା କରିବା ସହ ଗୁରୁତର ଆହତ ବଳରାମ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here