ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେପି ଲଢ଼ୁଥୁଲା, ଲଢ଼ୁଛି ଏବଂ ଲଢ଼ିବ। ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ବ୍ୟାପକ ଜନଆନ୍ଦୋଳନ କରିବ ବିଜେପି : ସମୀର ମହାନ୍ତି

0
176

ପଦ୍ମପୁର/ ଭୁବନେଶ୍ଵର,୧୫/୧୧/୨୦୨୨: ଭାରତୀୟ ଜନତା ପାର୍ଟି ରାଜ୍ୟରେ ଚାଷୀଙ୍କ ହକ୍ ପାଇଁ ସବୁବେଳେ ରାଜନୈତିକ ଲଢ଼େଇ ଲଢ଼ି ଆସିଛି । ପୂର୍ବରୁ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରିବା ପ୍ରତିବାଦରେ ବିଜେପିର ରାଜ୍ୟ ସଭାପତି,ବିରୋଧୀ ଦଳର ନେତା, ୮ଜଣ ବିଧାୟକ ଓ ୩ ସାଂସଦ ଅନ୍ୟ ବରିଷ୍ଠ ନେତାମାନେ ଆନ୍ଦୋଳନ କରି ଗିରଫ ହୋଇ ଥାନାରେ ୩୬ ଘଣ୍ଟା ବିତାଇଥିଲେ । ସେହିପରି ଚାଷୀଙ୍କ ନ୍ୟାୟ ଲାଗି ବିଧାୟକମାନେ ବିଧାନସଭାରେ ରାତ୍ରିରେ ଧାରଣା ଦେଇଥିଲେ । ତଥାପି ମଧ୍ୟ ରାଜ୍ୟ ସରକାର ଚାଷୀମାନଙ୍କର ସମସ୍ୟା ବିଷୟରେ ଆଦୌ କର୍ଣପାତ କରିନଥିଲେ । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଇନ୍‌ପୁଟ୍ ସବ୍‌ସିଡିରୁ ଚାଷୀ ବଂଚିତ ହେବା, ଫସଲବୀମାରେ ଚାଷୀ କ୍ଷତିପୂରଣ ନପାଇବା, ଅଭାବି ବିକ୍ରିରୁ ନେଇ ଜଳସେଚନର ଅଭାବ ଏସବୁ ପାଇଁ ରାଜ୍ୟରେ ଥିବା ବିଜୁ ଜନତା ଦଳର ଚାଷୀ ବିରୋଧୀ ସରକାର ଦାୟୀ ବୋଲି ପଦ୍ମପୁରଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି |ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୨ବର୍ଷ ଧରି ବିଜୁ ଜନତା ଦଳ ସରକାର ଶାସନରେ ରହିବା ପରେ ମଧ୍ୟ ପଦ୍ମପୁରରେ ଜଳସେଚନ, ଚାଷୀ, ବୀମା, ଧାନକିଣା ଓ ଦାଦନ ସମସ୍ୟାର ସମାଧାନ ନହେବା ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କ୍ରୀୟାନୟନ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ରାଜ୍ୟ ସରକାର ବୀମା କମ୍ପାନୀ ନିଯୁକ୍ତି କରନ୍ତି । କାହିଁକି
୬ଟି ସରକାରୀ ବୀମା କମ୍ପାନୀ ଥାଇବି ରାଜ୍ୟ ସରକାର ଏଚ୍‌ଡିଏଫସିକୁ ନିଯୁକ୍ତି କରିଥିଲେ ?
ଓଡ଼ିଶାରେ ବିଜୁ ଜନତା ଦଳର ସରକାର ସବୁବେଳେ ଚାଷୀ ବିରୋଧୀ କାର୍ଯ୍ୟ କରିଛି । ରାଜ୍ୟ ସରକାର ଏବେ ବଲାଙ୍ଗୀର ଓ ବରଗଡରେ ଧାନ କିଣାହେବ ବୋଲି ଘୋଷଣା କଲେ, ହେଲେ ରାଜ୍ୟ ସରକାର କାହିଁକି ଏହାକୁ ବିଳମ୍ବ କଲେ ତାହା ସ୍ପଷ୍ଟ କରନ୍ତୁ । ଆଜି ବରଗଡର ସୋହେଲାଠାରେ ଚାଷୀମାନେ ମଣ୍ଡି ନଖୋଲିବା ପ୍ରତିବାଦରେ ଶହ ଶହ ବସ୍ତା ଧାନ ଧରି ରାଜ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତକାଲି ସମ୍ବଲପୁରରେ ମଣ୍ଡି ନଖୋଲିବା କାରଣରୁ ଧାନ ବେଆଇନ ଭାବେ ମିଲ୍‌କୁ ଯାଉଥିବା ବେଳେ ଯୋଗାଣ ବିଭାଗ ଚଢ଼ାଉ କରି ଧାନ ଜବତ କରିଛି । ରାଜ୍ୟ ସରକାର ଏବେ ଆଗୁଆ ମଣ୍ଡି ଖୋଲିବା କଥା କହୁଛନ୍ତି କିନ୍ତୁ ବାସ୍ତବ ଚାଷୀମାନେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । କାହିଁକି ସବୁବର୍ଷ ରାଜ୍ୟ ସରକାର ବିଳମ୍ବରେ ମଣ୍ଡିଖୋଲି ପ୍ରକାରନ୍ତରେ ଧାନ କଳାବେପାରୀମାନଙ୍କୁ ସାହାର୍ଯ୍ୟ କରନ୍ତି ତାହା ଚାଷୀଭାଇମାନଙ୍କର ବଡ ପ୍ରଶ୍ନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।୨୦୧୭ରେ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ଲିଫ୍ଟ ଇରିଗେସନ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ । କିନ୍ତୁ ଏହି ପ୍ରକଳ୍ପକୁ ୫ବର୍ଷ ବିତିସାରିଥିଲେ ବି ଏଯାଏଁ ପ୍ରକଳ୍ପ କାମ ସରିଲା ନାହିଁ । ସେହିପରି ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ସୋହେଲାଠାରେ ଆୟୋଜିତ ଏକ ଜନସଭାରେ ଚାଷୀମାନଙ୍କୁ ଧାନ କ୍ବିଇଣ୍ଟାଲ ପିଛା ୧୦୦ଟଙ୍କା ବୋନସ ଦେବାର ପ୍ରତିଶ୍ରୁତି ଦେଇଥିଲେ । ପରବର୍ତୀ ସମୟରେ ତାହା କାର୍ଯ୍ୟକାରୀ ନକରି ଚାଷୀମାନଙ୍କୁ ପ୍ରତାରଣା କରିଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ପାର୍ବତୀଗିରି ଜଳସେଚନ ପ୍ରକଳ୍ପରେ ପାଣି ବିଲ ମୁଣ୍ଡରେ ପଂହଚୁନାହିଁ । କଳାହାଣ୍ଡିର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରେ ଚାଷୀ ଅସନ୍ତୁଷ୍ଟ କାରଣ ଯାହାର ଜମି ଯାଇଛି ସେମାନେ ପାଣି ପାଉନାହାନ୍ତି । ଫସଲବୀମାରେ ଆଜି ଯେଉଁ ସମସ୍ୟା ହୋଇଛି ଏହା ପଛରେ ରାଜ୍ୟ ସରକାର ଆବଶ୍ୟକୀୟ କମିଟି(ଏସ୍‌ଟିଏସି) ନକରିବା ହେଉଛି ସବୁଠାରୁ ପ୍ରମୁଖ କାରଣ । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟାର ସମାଧାନ କରିନାହାନ୍ତି ଭାରତୀୟ ଜନତା ପାର୍ଟି ଚୁପ୍ ବସିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏ ତମାମ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ରାଜଧାନୀ ଭୁବନେଶ୍ଵରରେ ଚାଷୀମାନଙ୍କ ଅଧିକାର, ହକ୍ ପାଇଁ ଖୁବଶୀଘ୍ର ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ଵାଳ ଏବଂ ବରଗଡ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here