ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ

0
171

ବ୍ରହ୍ମପୁର,୨୨/୧୧/୨୦୨୨:ଆଜି ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ଣ ମୋହନ ପାଠୀ ଙ୍କ ବାସଭବନରେ ଓଷ୍ଟିଓପୋରୋସିସ ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ଓ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଓଷ୍ଟିଓପୋରୋସିସ ଏକ ଅସ୍ଥି ଦୌର୍ବଲ୍ୟ ରୋଗ ଯାହା ସୁଷମ ଓ ପୃଷ୍ଟିକର ଖାଦ୍ୟର ଅଭାବରେ ତଥା ସୁର୍ଯ କିରଣର ଏବଂ କ୍ୟାଲସିଅମର ଅଭାବରେ ହୋଇଥାଏ । ସାଧାରଣତଃ ୩୦ ବର୍ଷରୁ ଅଧିକ ବୟସର ବ୍ଯକ୍ତି ଏହି ଅସ୍ଥି ଦୌର୍ବଲ୍ୟତା ରୋଗରେ ପିଡ଼ୀତ ହୋଇଥାଆନ୍ତି । ସର୍ଭେରୁ ଜଣା ପଡିଛି ଯେ ଭାରତରେ ପ୍ରତି ସାତ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଏବଂ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏଥିରେ ପିଡ଼ୀତ ହୋଇଥାଆନ୍ତି । ମୁଖ୍ୟତ ମହିଳା ମାନେ ପୁରୁଷଙ୍କ ତୁଳନାରେ ଏହି ଅସ୍ଥି ଦୌର୍ବଲ୍ୟ ରୋଗର ଅଧିକ ଶିକାର ହୋଇଥାଆନ୍ତି । ଭାରତରେ ଏହି ରୋଗର ପ୍ରାଦୁର୍ଭାବ ଅନ୍ୟ ଦେଶ ମାନଙ୍କ ଅପେକ୍ଷା ଅଧିକ।ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ବିବେକ ତାଙ୍କ ପତ୍ନୀ ଡାକ୍ତର. ଆରତୀଙ୍କ ସହ ଏହି ଶିବିରିରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ବ୍ରହ୍ମପୁର ଓ ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ତାଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡାକ୍ତର. ପାଠୀ ଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ସୁରେଶ କୁମାର ପାଠି, ଅବସରପ୍ରାପ୍ତ ଡକ୍ଟର ବିପ୍ର ଚରଣ ପାଣିଗ୍ରାହି, ଶ୍ରୀ ପୀତବାସ ରଥ, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here