ଧରାପଡିଲା କୁଖ୍ୟାତ ଚୋର : ମନ୍ଦିର ଓ ସରକାରୀ ଅନୁଷ୍ଠାନରୁ କ୍ରମାଗତ ଚୋରି କରିଥିବା ବିପୁଳ ସାମଗ୍ରୀ ଜବତ : ଉପଯୁକ୍ତ ପ୍ରମାଣ ସହ ଫେରାଇଲେ ପାଟପୁର ଥାନାଧିକାରୀ

0
186

ବ୍ରହ୍ମପୁର,୨୩/୧୧/୨୦୨୨ : ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ପାତ୍ରପୁର ପନ୍ଦରା ସାହିର ଚନ୍ଦ୍ର ଶେଖର ବାଡତ୍ୟା ନାମକ ଯୁବକ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଥିବା ମନ୍ଦିର , ଧର୍ମାନୁଷ୍ଠାନ ଆଦିରେ କ୍ରମାଗତ ଚୋରି କରି ଚୋରା ଜିନିଷକୁ ଅନ୍ୟତ୍ର ବିକ୍ରୟ କରୁଥିବା ସମୟରେ ଗଞ୍ଜାମ ପୋଲିସ ପକ୍ଷରୁ ସୁଚିନ୍ତିତ ଉପାୟରେ ହିଞ୍ଜିଳି ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତର ବୟାନକୁ ଆଧାର କରି ଜିଲ୍ଲା ପୋଲିସ ପକ୍ଷରୁ ଅନୁସନ୍ଧାନ କରାଯାଇ ବିଭିନ୍ନ ସ୍ଥାନରୁ ଚୋରି ଜିନିଷ କିଣିଥିବା ବ୍ୟକ୍ତି ବିଶେଷଙ୍କ ଠାରେ ଧରପଗଡ କରାଯାଇ ବିପୁଳ ପରିମାଣର ଦାମୀ
ଉପକରଣ ଯଥା ଲାପଟପ୍ , ସାଉଣ୍ଡ ଆମ୍ପ୍ଲିଫାୟାର , ପାଣି ମୋଟର ସହ ବହୁ ଆସବାବ ପତ୍ର ପୋଲିସ ଉଦ୍ଧାର କରିଛି ଏହା ସହ ଅଭିଯୁକ୍ତଙ୍କ ଠାରୁ ବହୁ ଚାରି ଘଟଣାର ତଥ୍ୟ ହାସଲ କରିଛି ।ଏହି କ୍ରମରେ ପାଟପୁର ଥାନା ଅଂଚଳରେ ବିଗତ କିଛିଦିନ ଧରି ମନ୍ଦିର , ମଠ , ଆଶ୍ରମ ସହ ସରକାରୀ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟରେ ରାତି ସମୟରେ ଚୋରି କରିଥିବା ନେଇ ହୋଇଥିବା ଥାନା ଡାଏରୀ ଅଧାରଣରେ ପୋଲିସ ତଦନ୍ତ ସମୟରେ ପୋଲିସକୁ ସଫଳତା ମିଳିଛି । ଗିରଫ ଅଭିଯୁକ୍ତ ଚଦ୍ର ଶେଖର ବଦତ୍ୟାର ବୟାନ ଆଧାରରେ ପାଟପୁର ଥାନା ପକ୍ଷରୁ ଚଢାଉ କରାଯାଇ ଦୁଇ ଗୋଟି ଲାପଟପ୍ , ଚାରିଗୋଟି ସାଉଣ୍ଡ ଆମ୍ପ୍ଲିଫାୟର ,ପାଣି ମୋଟର ଆଦି ବହୁ ଜିନିଷ ଜବତ କରାଯାଇଥିବା ପାଟପୁର ଥାନା ପକ୍ଷରୁ ସୂଚିତ କରାଯାଇଥିବା ସହ ଚୋରି ସାମଗ୍ରୀକୁ ସଂପୃକ୍ତ ଅନୁଷ୍ଠାନକୁ ଫେରା ଯାଇଛି । ଆଜି ପାଟପୁର ଥାନା ପକ୍ଷରୁ ଥାନା କେଶ ନଂ ୪୧୦/୨୨ ବାଙ୍ଗରଡା ରାଜସ୍ବ କାର୍ଯ୍ୟାଳୟର ଦୁଇ ଗୋଟି ସରକାରୀ ତଥ୍ୟ ସମ୍ପନ୍ନ ଲାପଟପ୍ , କେଶ୍ ନଂ ୪୧୨/ ୨୨ ପାଟପୁର ନିକଟ ନୀଳକଣ୍ଠେଶ୍ଵର ମନ୍ଦିରର ଦୁଇଗୋଟି ଆମ୍ପ୍ଲିଫାୟାର, ଖୋଲଡି ଭାଗବତ ମନ୍ଦିରର ଗୋଟିଏ ଆମ୍ପ୍ଲିଫାୟାର , ୪୧୩ ଏବଂ ୪୧୪ କେଶ ଆଧାରରେ ଏରେଣ୍ଡ୍ରା ପୂର୍ଣାନନ୍ଦ ଆଶ୍ରମର ଡ଼ାକବାଜି ଯନ୍ତ୍ର , ଭଳିଆଝୋଳା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଏକ ଆମ୍ପ୍ଲିଫାୟର ଏବଂ ପାଟପୁରର ଜନୈକ ବ୍ୟକ୍ତିଙ୍କର ଘରୋଇ ପାଣି ମୋଟରକୁ
ପୋଲିସ ସାମ୍ବାଦିକ ସମ୍ମିଳନୀ କରି ଫେରସ୍ତ କରା ଯାଇଛି । ଆୟୋଜିତ ଗଣ ମାଧ୍ୟମ ସୂଚନା ପ୍ରକାରେ ଚୋରି ହୋଇଥିବା ଉଡ ସାମଗ୍ରୀ ଫେରି ପାଇବା ନେଇ ଆଶ୍ରମ ଓ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଥରେ ସ୍ଥାନୀୟ ପୋଲିସ ପ୍ରତି ଆତ୍ମୀୟ ଭାବ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ପାଟପୁର ଥାନାର ଏତାଦୃଶ କାର୍ଯ୍ୟକଳାପକୁ ନେଇ ଥାନା ଅଧିକାରୀଙ୍କ ସହ ପୋଲିସ କର୍ମଚାରୀ ସମୂହ ପ୍ରସଂଶା ର ପାତ୍ର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here