ସାନଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା ଚୟନ ବୈଠକ : ସୁରେଶ ଚନ୍ଦ୍ର ସାହୁ ସଭାପତି ମନୋନୀତ

0
317

ବ୍ରହ୍ମପୁର , ୧୪/୧୨/୨୨ :- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସବ ଡିଭିଜନ ଅନ୍ତର୍ଗତ ସାନଖେମୁଣ୍ଡିରେ ଗତ ୨୦୦୯ ମସିହାରୁ ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ସ୍ଥାନୀୟ ଓକିଲଙ୍କ ଏକତାର ଅଭାବରୁ ଏଠାରେ ବାର କାଉନସିଲ ଗଠନରେ ବହୁ ବିଳମ୍ବ ହୋଇଥିଲା । ଅତଏବ ବହୁ ଆଲୋଚନା ଓ ବିଚାର
ବିମର୍ଷ ପରେ ସାନଖେମୁଣ୍ଡି କାର୍ଯ୍ୟରତ ଓକିଲଙ୍କ ନେଇ ୨୦୧୮ – ୧୯ ମସିହାରେ ଜିଜେଏମ ୮୮୧୧ /୮୭ ରେଜିଷ୍ଟ୍ରେସନ୍ ପ୍ରକାରେ ଏଠାରେ ସାନଖେମୁଣ୍ଡି ଓକିଲ ସଂଘ ପଞ୍ଜୀକୃତ ହୋଇଥିଲା । ପରନ୍ତୁ ପୂର୍ଣ୍ଣ ସ୍ଵାଧୀନତା ପ୍ରକାରେ ଏଠାରେ କର୍ମକର୍ତ୍ତା ନିର୍ବାଚନ କିମ୍ବା ମନୋନୟନ କରା ନଯାଇ ସୁପ୍ତରେ ରଖାଯାଇଥିଲା ଅତଏବ ସାନଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟକାରୀ ହୋଇନଥିବାରୁ ମୂଳ ସଂଘର ସଭ୍ୟ ଭାବେ ସ୍ଥାନୀୟ ଓକିଲ ନିଜ ଜିଲ୍ଲା ଓ ରାଜ୍ୟ ସଂଗଠନ ପାଇଁ ମତଦାନ କରି ଆସୁଥିଲେ । ପରନ୍ତୁ ସାଂପ୍ରତିକ ସ୍ଥିତିରେ ଓକିଲଙ୍କ ଆନ୍ଦୋଳନ ଏବଂ ବିଚାର ବିଭାଗୀୟ ତର୍ଜମା ପରିପ୍ରେକ୍ଷୀରେ ସ୍ଥାନୀୟ ଓକିଲଙ୍କ ଠାରେ କ୍ରିୟାଶୀଳତା ଦେଖାଯାଇଥିଲା । ୪ ବର୍ଷ ତଳୁ ପଞ୍ଜୀକୃତ ହୋଇଥିବା ନିଜ ସଂଗଠନ ସଜାଡିବାକୁ ବରିଷ୍ଠ ଓ ଅଭିଜ୍ଞ ଓକିଲଙ୍କ ପରାମର୍ଶ କ୍ରମେ ଆଜି ସାନଖେମୁଣ୍ଡି ଓକିଲ ସଂଘକୁ ପୂର୍ଣ୍ଣ ରୂପ ଦେବା ନେଇ ଏକ ଜରୁରୀ ବୈଠକ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇ ସଂଘ ସମନ୍ଧିତ ଜରୁରୀ ଆଲୋଚନା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ କମିଟି ସହ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା ।
ସଂଘର ବରିଷ୍ଠ ଓକିଲ ତଥା ଉପଦେଷ୍ଟା ଚନ୍ଦ୍ରଧ୍ଵାଜ ସିଂ ଙ୍କ ପୌରହିତ୍ୟରେ ଆୟୋଜିତ ଆଜିର ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସୁରେଶ ଚନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଅରବିନ୍ଦ ନାୟକ ଉପ ସଭାପତି , ସମ୍ପାଦକ ଭାବେ ମନୋଜ କୁମାର ମହାପାତ୍ର , କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ଡାକୁଆ , ସହ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ବରାଡ଼ ଉପସ୍ଥିତ କମିଟି ଦ୍ୱାରା ଚୟନ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ବେହେରା , ସତ୍ୟ ନାରାୟଣ ରଥ , ବିଜୟ କୁମାର ପ୍ରଧାନ , ସଞ୍ଜୟ କୁମାର ପଣ୍ଡା , କିଶୋର ଗୌଡ଼ , ଶୁକାନ୍ତ କୁମାର ପ୍ରଧାନ, କୋରା ବିଷୋୟୀ , ଯୁଧିଷ୍ଠିର ପାତ୍ର , ବିପିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନରେ ଅଂଶଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here