ବାସୁଦେବପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ : ସାଂସଦ ଓ ପୂର୍ବତନ ବିଧାୟିକାଙ୍କ ଯୋଗଦାନ

0
178

ବ୍ରହ୍ମପୁର , ୨୨/୧୨/୨୦୨୨ : ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ବାସୁଦେବପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ଆଜି ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାମନ୍ଦିର ଶିକ୍ଷାର୍ଥୀ , ଅଭିଭାବକ ମଣ୍ଡଳୀ , ଅଞ୍ଚଳ ବୁଦ୍ଧିଜୀବୀଙ୍କ ସହ ଅନୁଷ୍ଠାନର ପ୍ରାକ୍ତନ ସ୍ବେଚ୍ଛାସେବୀ ଶିକ୍ଷାର୍ଥୀଙ୍କ ସମାବେଶରେ ଆୟୋଜିତ ଏହି ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇଥିଲେ । ଉପସଭାପତି ଶ୍ରୀ ଗଣେଶ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ତପନ କୁମାର ରଥ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଅନୁଷ୍ଠାନର ସଫଳତା ସମ୍ବଳିତ ବାର୍ଷିକ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଖଲିଙ୍ଗି କ୍ଲଷ୍ଟର ସିଆରସିସି ତୋଫାନ କୁମାର ପାତ୍ର , ମୁଖ୍ୟବକ୍ତା ଭାବରେ ଦିଗପହଣ୍ଡି ଖେମୁଣ୍ଡି କଲେଜ ଅଧକ୍ଷ ଅରୁଣ କୁମାର ମିଶ୍ର , ଶିଶୁ ମନ୍ଦିର ସମ୍ପାଦକ ଟୁଟୁ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚାସିନ ଅତିଥି ବୃନ୍ଦ ନିଜନିଜ ବକ୍ତବ୍ୟରେ ସାଂପ୍ରତିକ ଶିକ୍ଷା ପନ୍ଧତିରେ ସଂସ୍କାର , ଆଜ୍ଞାଧିନତା ଏବଂ ବୌଦ୍ଧିକ ବିକାଶରେ ସରସ୍ଵତୀ ବିଦ୍ୟା ମନ୍ଦିରର ଉତ୍କୃଷ୍ଟତାକୁ ନେଇ ଶିକ୍ଷାର୍ଥୀଙ୍କୁ ଅନୁପ୍ରାଣିତ କରିଥିଲେ । ନିଜର ସୁନ୍ଦର ଭବିଷ୍ୟତ ଗଠନ ପାଇଁ ଉପଯୁକ୍ତ ଶିକ୍ଷା ଗ୍ରହଣ ପାଇଁ ଆହ୍ଵାନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ଟୁଟୁ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସନ୍ତୋଷ କୁମାର ହୋତା, ନାରାୟଣ ମହାପାତ୍ର , ପୂର୍ବତନ ବ୍ଲକ ଅଧକ୍ଷ ତଥା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ , ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ , ଖଲିଙ୍ଗିର ପୂର୍ବତନ ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆୟୋଜିତ ଏହି ଉତ୍ସବ ପାଳନ ଅବସରରେ ଅନୁଷ୍ଠାନର କୃତି ଓ ମେଧାବୀ ବିଦ୍ୟାର୍ଥୀଙ୍କୁ ମଞ୍ଚାସିନ ଅତିଥିଙ୍କ ଦ୍ଵାରା ଏବଂ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଦ୍ୟାମନ୍ଦିରର କୁନି କଳାକାର ପ୍ରତିଭାଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here