ବ୍ରହ୍ମପୁର,୦୪/୦୧/୨୦୨୩: ଆଜି ସ୍ଥାନୀୟ ହିଲପାଟଣା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ଓ ଦାନ୍ତ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଉଦଘାଟନ କରିଥିଲେ।ଆଜି ପ୍ରଥମ ଦିନ ରେ ୪୫୦ ଛାତ୍ରଛାତ୍ରୀ ଙ୍କ ଚକ୍ଷୁ ଓ ଦାନ୍ତ ପରିକ୍ଷା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ୬୯ ବିଦ୍ୟାଳୟ ରେ ପ୍ରାୟ ୧୦ହଜାର ବିଦ୍ୟାର୍ଥୀ ଙ୍କ ଚକ୍ଷୁ ଓ ଦାନ୍ତ ପରିକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଜିର ଏହି ଶିବିର କୁ ଆଇ କେୟାର ହସପିଟାଲ,ନାରାୟଣ ମୋର୍ଡଣ୍ଣ୍ ହସପିଟାଲ, କଳିଙ୍ଗ ଡେଣ୍ଟାଲ କ୍ଲିନିକ,ଆର.କେ ଡେଣ୍ଟାଲ କ୍ଲିନିକ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଓ ଅନ୍ୟ ଶିକ୍ଷୟିତ୍ରୀ ସମେତ ରୋଟାରୀ କ୍ଲବ ତରଫରୁ ସଭାପତି ସତ୍ୟକାମ ପାତ୍ର,ସଂପାଦକ ସାର୍ଥକ, ପ୍ରୋଜେକ୍ଟ ଚେୟାରମ୍ୟାନ ଜିତେନ୍ଦ୍ର ଓ କ୍ଲବ ର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ରୋଟାରୀ କ୍ଳବ ପକ୍ଷରୁ ସ୍କୁଲ ବିଦ୍ୟାର୍ଥୀ ମାନଙ୍କ ଚକ୍ଷୁ ଏବଂ ଦନ୍ତ ପରିକ୍ଷା ଅନୁଷ୍ଠିତ