ପୂର୍ବ ଶତ୍ରୁତାରୁ ଆକ୍ରମଣ ଅଭିଯୋଗ : ଗିରଫ ହେଲେ ଗୌତମୀର ପୂର୍ବତନ ସରପଞ୍ଚ ଓ ସହଯୋଗୀ

0
373

ବ୍ରହ୍ମପୁର , ୦୫/୦୧/୨୦୨୩ : ସାନଖେମୁଣ୍ଡି ବ୍ଲକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀରେ ଗତ ସପ୍ତାହରେ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ଏକ ସଂଗଠିତ ଆକ୍ରମଣ ମାମଲାରେ ଗୌତମୀର ପୂର୍ବତନ ସରପଂଚଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ସଦର ଥାନା ପକ୍ଷରୁ ଗିରଫ କରାଯାଇଥିବା ସୂଚନା ମିଳିଅଛି । ସୂଚନା ପ୍ରକାରେ ଗତ ଡିସେମ୍ବର ଶେଷ ଦିନ ଅପରାହ୍ନରେ ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁ ଏବଂ ସହଯୋଗୀ ରାଜୁ ବେହେରା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ରଜକୁମାର ଲେଙ୍କାକୁ ମିଳିତ ଭାବେ ଗାଳିଗୁଲଜ କରିବା ସହ ମାଡମାରି ହାତ ଭାଙ୍ଗି ଦେଇଥିବା ନେଇ ବ୍ରହ୍ମପୁର ସଦର ଥାନାରେ ରାଜକୁମାର ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିର୍ତ୍ତିକରି ସଦର ଥାନା ପକ୍ଷରୁ କେଶ ନମ୍ବର ୪/୨୩ ପ୍ରକାରେ ମାମଲା ରୁଜୁ କରାଯାଇଥିଲା । ଜାନୁୟାରୀ ୦୨ ତାରିଖରେ ଦାଏର ଏହି ଏତଲା ଭିତିରେ ସଦର ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଅଛି ।

LEAVE A REPLY

Please enter your comment!
Please enter your name here