ବ୍ରହ୍ମପୁର, ୦୮/୦୧/୨୦୨୩:
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶୌଣ୍ଢିକ ସମାଜର ମିଳିତ ଆନୁକୂଲ୍ୟରେ ଆମ୍ବପୁଆ ସ୍ଥିତ ଶ୍ରୀରାମ ହୋଟେଲ ଠାରେ ଏକ ରାଜ୍ୟ ସ୍ତରୀୟ ସମାବେଶ ହୋଇଛି ଉକ୍ତ ସମାବେଶରେ ଶୁଣ୍ଢି ଜାତିର ବିଭିନ୍ନ ସମସ୍ୟା ଓ ବିଭିନ୍ନ ସାମାଜିକ ବିଷୟ ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା ଏହି ଉପଲକ୍ଷେ ନୂତନ ବର୍ଷର କେଲେଣ୍ଡର, ବିଭାହ ଯୋଗ୍ୟ ପୁଅ, ଝିଅ ଙ୍କର ତାଲିକା ପ୍ରକାଶ ପାଇଥିଲା ଦଶମ ଓ ଦ୍ବାଦଶ ଶ୍ରେଣୀ ପରିକ୍ଷା ଛାତ୍ର, ଛାତ୍ରୀଙ୍କୁ ମେଧା ବୃତ୍ତି ଭଞ୍ଜନଗର ଫାଲୁଗୁନି ସାହୁ, ଓଡ଼ିଶା ପ୍ରଶାସନିକ ସେବାରେ ଚୟନ ହୋଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବ ଭାରତୀୟ କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା, ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ରାଜ୍ୟ ଉପଦେଷ୍ଟା କୋଦଣ୍ଡ ଚୌଧୁରୀ, ବିକ୍ରମ ସାହୁ, ବରିଷ୍ଠ ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଭଗବାନ ବେହେରା, ମାଲକାନଗିରି, ରାୟଗଡ଼ା, ଗଜପତି, ଫୁଲବାଣୀ, ଜିଲ୍ଲାର କାର୍ଯ୍ୟକର୍ତ୍ତା ଆନ୍ଧ୍ର ପ୍ରଦେଶର ଶ୍ରୀ ରାମ ପ୍ରସାଦ ଓ ଜିଲ୍ଲାର ସମସ୍ତ ତାଲୁକା କାର୍ଯ୍ୟକର୍ତ୍ତା ଗଣ ଓ ସହରର କାର୍ଯ୍ୟକର୍ତ୍ତା ଗଣ, ସପରିବାର ଉପସ୍ଥିତ ଥିଲେ ଏହି ସଭାରେ ଗଞ୍ଜାମ ଜିଲ୍ଲା ସଭାପତି ନିରଞ୍ଜନ ସାହୁ, ମହାନଗର ସଭାପତି କୁନା ସାହୁ, ସଭାନେତ୍ରୀ ସୁନନ୍ଦା ସାହୁ, ଜିଲ୍ଲା ଉପସଭାପତି ହରିଶ୍ଚନ୍ଦ୍ର ସାହୁ, ଶୌମୀକ ସାହୁ, ମହେନ୍ଦ୍ର ସାହୁ, ଜତିନ୍ଦ୍ର ସାହୁ, ପ୍ରଭାତ ସାହୁ, ସୁରେନ୍ଦ୍ର ସାହୁ, ମଞ୍ଜୁଳା ପ୍ରଧାନ, ଦମୟନ୍ତୀ ସାହୁ, ନଟବର ସାହୁ,ହରପ୍ରୀୟା ସାହୁ, ରଞ୍ଜିତା ସାହୁ, ପୁଷ୍ପାଞ୍ଜଳି ସାହୁ, ଶ୍ୟାମସୁନ୍ଦର ସାହୁ, ଗଣପତି ସାହୁ, ଡମ୍ବରୁଧର ସାହୁ, ରବି ବେହେରା, ପୂର୍ଣଚନ୍ଦ୍ର ସାହୁ, ମନୋଜ ସାହୁ, କିଶୋର କାପୁର ଯୋଗ ଦେଇଥିଲେ ଆଇନ ପରାମର୍ଶଦାତା ନିର୍ମଳ କୁମାର ସାହୁ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।