ବିପ୍ଳବଙ୍କ ପାଇଁ ଦିଗପହଣ୍ଡି ବିଜେଡିରେ ଆସନ୍ନ ବିପ୍ଳବ : ନୂଆଁ ବର୍ଷରୁ କାଉଣ୍ଟର ମୁଡ଼ରେ ଦମ୍ ଦେଖେଇଲେ ବିପିନ ।

0
209

ବ୍ରହ୍ମପୁର ,୧୨/୦୧/୨୦୨୩ : ରାଜ୍ୟ ରାଜନୀତିରେ ସମ୍ପ୍ରତି ଘଡିକେ ଘୋଡ଼ା ଛୁଟୁଥିବା ବେଳେ ଏହାର ଉପଶମ କରିବା ଏବଂ ଦଳୀୟ ଆକ୍ରୋଶକୁ ଅବଦମିତ ଲକ୍ଷରେ ସରକାର ସମ୍ପ୍ରତି ଉତ୍ସବ ଓ ପର୍ବ ପାଳନରେ ସାମିଲ ରହି ଜନସାଧାରଣଙ୍କୁ ନଜର ଆଢ଼ୁଆଳରେ ରଖୁଥିବା ପରିତାପର ବିଷୟ ହୋଇଅଛି । ରାଜ୍ୟ ମୁଖିଆ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସର୍ବ ବିଦ୍ୟମାନ ବିରାଟ ବିରାଟ ଫଟୋ ଏବଂ ଦଳୀୟ ସଂକେତ ଶଙ୍ଖ ଚିହ୍ନ ବାନାକୁ ଆୟୁଧ କରୁଥିବା ଦଳ ସନ୍ତୁଷ୍ଟିକରଣ ବର୍ଗର ସିଂହଭାଗ ସମର୍ଥକଙ୍କୁ ଭରସା କରୁଛି । ପରନ୍ତୁ ଦୀର୍ଘଦିନର କ୍ରମାଗତ ସରକାର ଗଠନ କରି ଆସୁଥିବା ଦଳ ସାଂପ୍ରତିକ ସ୍ଥିତିରେ ପୁଣି କ୍ଷମତାକୁ ଆସିବାର ଦମ୍ ଦେଖାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦଳ ଦୟନୀୟ ସ୍ଥିତିରେ ଥିବା ଅନୁମାନ କରାଯାଉଛି । ପ୍ରଶାସନିକ ଦବଦବାରେ ଦଳ ପୁଣି ଗଞ୍ଜାମରେ ବାଜିମାତ କରିବା ଭରସା ରଖିଥିବା ବେଳେ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ଥିବା ଦଳୀୟ ଆନ୍ତଃ କନ୍ଦଳ ଆସନ୍ତା ଦିନର ଦଳକୁ ବିପର୍ଯ୍ୟୟରେ ରଖିବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର କିଛି ପ୍ରମୁଖ ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତାଙ୍କ ବିକଳ୍ପକୁ ନେଇ ପ୍ରାଥମିକ ଆକଳନ କରାଯାଇଥିବା ବେଳେ ଦିଗପହଣ୍ଡିର ବିଧାୟକ ଥିବା ପୂର୍ବତନ ବାଚସ୍ପତି , ମନ୍ତ୍ରୀ ତଥା କ୍ରମାଗତ ଭାବେ ସାତ ଥରର ବିଧାୟକ ଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅସୁସ୍ଥତା କାରଣରୁ ତାଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିପ୍ଳବ ପାତ୍ରଙ୍କ ଦିଗପହଣ୍ଡି ରାଜନୀତିରେ ସଂପୃକ୍ତି ଉଭୟ କୁକୁଡ଼ାଖଣ୍ଡି ଏବଂ ଦିଗପହଣ୍ଡି ବିଜେଡିରେ ବିପ୍ଳବ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଅଛି । ବିପ୍ଳବଙ୍କ ପଞ୍ଚାୟତ ନିର୍ବାଚନ ପରିଚାଳନାର କୁପରିଣାମରୁ ଦଳର ପ୍ରଭୂତ କ୍ଷତି ହୋଇଥିବା ଦାବି କରାଯାଇଛି ।ନିର୍ବାଚନ ପରବର୍ତ୍ତୀ ଘଟଣା କ୍ରମରେ ୪ ଦଳୀୟ ଅନୁଗତଙ୍କୁ ସଂଘବଦ୍ଧ ଆକ୍ରମଣରେ ହତ୍ୟା କରାଯାଇଥିବା , ତତ୍କାଳୀନ ଦିଗପହଣ୍ଡି ଥାନା ଅଧିକାରୀଙ୍କ ସହ ବିପ୍ଳବଙ୍କ ମିଳିତ ରଣନୀତିର ପରିଣାମ ଭାବେ ଗଣା ଯାଇଛି । ଉଭୟ ବ୍ଲକର ପ୍ରଶାସନିକ ଅଧିକାରୀଙ୍କୁ ହତବାରିସୀ କରି ବିପ୍ଳବ ନିଜ ଅନୁଗତଙ୍କ ସମର୍ଥନରେ ସୂର୍ଯ୍ୟବାବୁଙ୍କ ଅନ୍ତରଙ୍ଗ ଶୃଙ୍ଖଳିତ କର୍ମୀ ଓ କର୍ମକର୍ତ୍ତାଙ୍କୁ ବିରୋଧୀ ସଜାଇ ଦଳୀୟ ବରିଷ୍ଠ କର୍ମୀ ଏଭଳିକି ଅଭିଜ୍ଞ କର୍ମକର୍ତ୍ତାଙ୍କୁ ମଧ୍ୟ ବିରୋଧ କରୁଥିବା ବିପକ୍ଷ ଦାବି ମଧ୍ୟ କରୁଛନ୍ତି । ଏହି ସ୍ଥିତିରେ ପଞ୍ଚାୟତ ସମିତି ଗଠନ ପରବର୍ତ୍ତୀ ସମୟରୁ ଦିଗପହଣ୍ଡି ବିଜେଡିରେ ବିପ୍ଳବଙ୍କ ପଦାର୍ପଣ ବିପକ୍ଷ ବିଜେଡି ଗୋଷ୍ଟିରେ ବିପ୍ଳବ ସୃଷ୍ଟି କରିଛି । ଦିଗପହଣ୍ଡିରେ ସମ୍ପ୍ରତି ବିପ୍ଳବ ହଟାଓ ଅଭିଯାନକୁ ଅଞ୍ଚଳ ଜନସାଧାରଣଙ୍କ ସମର୍ଥନରେ ବରିଷ୍ଠ କର୍ମକର୍ତ୍ତା ତିବ୍ରରୁ ତୀବ୍ରତର କରୁଥିବା ଅନୁମାନ କରାଯାଇଛି । ଉଭୟ ବ୍ଲକରେ ବିପ୍ଳବ ବିରୋଧୀଙ୍କୁ ଏକାଠି କରି ବିପ୍ଳବଙ୍କୁ ଦିଗପହଣ୍ଡିରୁ ତଡିପାର କରାଇ ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିକଳ୍ପ ଭାବେ ପୂର୍ବତନ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ , ଉପାଧ୍ୟକ୍ଷ ତଥା ସମ୍ପ୍ରତି ଜିଲ୍ଲାପରିଷଦ ସଭ୍ୟ ଥିବା ବିପିନ ଚନ୍ଦ୍ର ପ୍ରଧାନଙ୍କୁ ନେତା ଗ୍ରହଣ କରି ଦଳୀୟ ସଂକେତର ନିର୍ବାଚନ ଲଢିବା ମସୁଧାରେ ଥିବା ମଧ୍ୟ ସ୍ପଷ୍ଟ ହୋଇଅଛି । ଦିଗପହଣ୍ଡିର ଏହି ସ୍ଥିତି ସମ୍ପ୍ରତି ବିପ୍ଳବ ବନାମ ବିପିନ ଲଢେଇରେ ସୂର୍ଯ୍ୟ ପାତ୍ରଙ୍କ ଅନୁପସ୍ଥିତିରେ ଅଭିଜ୍ଞ ବିପିନଙ୍କୁ ସମର୍ଥନ କରୁଥିବାରୁ ଏହା ନୂଆଁବର୍ଷ ଆରମ୍ଭରୁ ଜୋରଦାର ହୋଇଛି । ଦଳୀୟ ଅନୁଶାସନ ଚାପରେ ଥିବା ଏହି ଖୋଲା ଅସନ୍ତୋଷ ଆଜି ବିପିନ ବାବୁଙ୍କ କିକୁଡ଼ାଖଣ୍ଡି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଅଛି । ଏହି ବ୍ଲକର ବାଘଲଟି ପଞ୍ଚାୟତର ମଦନମୋହନପୁର ଠାରେ ବିପିନ ସମର୍ଥକଙ୍କ ଦ୍ଵାରା ଆୟୋଜିତ ଏକ ବିଶାଳ ସମାରୋହରେ ଉଭୟ ବ୍ଲକର ଦୁଇ ହଜାରରୁ ଅଧିକ ସମର୍ଥକ ସ୍ଵତଃପ୍ରବୃତ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି । ବାଘଲଟି ସମିତି ସଭ୍ୟ ସାରଥି ପ୍ରସାଦ ଗୌଡ଼ ଓ ମୋହୁଡା ସମିତି ସଭ୍ୟ ଜତିନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ ପୌରହିତ୍ୟ ସହ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିପିନ ପ୍ରଧାନଙ୍କୁ କୁକୁଡ଼ାଖଣ୍ଡି ବ୍ଲକର ଡେଙ୍ଗାପଦର , ବାଲିପଡା ,ବାଇଗଣବାଡ଼ି ଆଦି ଗ୍ରାମରେ ଉପସ୍ଥିତ ଶତାଧିକ ବିଜେଡି ନେତା ଓ କର୍ମୀ ସମର୍ଥନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । କୁକୁଡ଼ାଖଣ୍ଡି ବ୍ଲକର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଉପସ୍ଥିତ ରହି ବିପିନ ପ୍ରଧାନଙ୍କୁ ଦୃଢ଼ ସମର୍ଥନ କରିବା ଅବସରରେ କୁକୁଡ଼ାଖଣ୍ଡି ବ୍ଲକର ଲାଠି ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ଦକ୍ଷିଣପୁର ସମିତି ସଭ୍ୟ, ପୂର୍ବତନ ହୁଗୁଳାପଟା ସରପଞ୍ଚ ତଥା ବର୍ତ୍ତମାନର ସାଂସଦ ପ୍ରତିନିଧି ପ୍ରଦୀପ କୁମାର ମଲଣା, ପୂର୍ବତନ ଗୁରୁଣ୍ଠି ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ, ରଞ୍ଜିତ ପାତ୍ର, କେ.ପର୍ଶୁରାମ, କୁନା ସାହୁ ପ୍ରମୁଖଙ୍କ ସହ ଦିଗପହଣ୍ଡି ବିଜେଡିର ପ୍ରମୁଖ ବ୍ୟକ୍ତିତ୍ଵ ଶମ୍ଭୁ ପଣ୍ଡା , ଉଦୟନାଥ ସ୍ୱାଇଁ , ପ୍ରମୋଦ ପାଣିଗ୍ରାହୀ , ହରିବନ୍ଧୁ ରେଡ୍ଡୀ , ରାଜକିଶୋର ମହାନ୍ତି , ବିକ୍ରମ ସିଂ, ଭଗବାନ ବାଡ଼ତ୍ୟା, ତପନ ପ୍ରଧାନ ପ୍ରମୁଖ ଦଳୀୟ ସଂଗଠକ ଉପସ୍ଥିତ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ

LEAVE A REPLY

Please enter your comment!
Please enter your name here