ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ।

0
311

ହିଞିଳିକାଟୁ ୧୪/ଜାନୁୟାରୀ/୨୦୨୦(ପ୍ରିୟବ୍ରତ ପଣ୍ଡା) ହିଞିଳିକାଟୁ ପୌର ପରିଷଦ ବୃନ୍ଦଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ପରିିସରରେ କ୍ରୀଡ଼ା ପ୍ରତିଯୋଗିତା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହିଞିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ପରିଚାଳନା କମିଟି ର ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଖେଳ ପ୍ରତିଯୋଗିତାରେ ୧ଶହ ମିଟର,୨ଶହ ମିଟର,୪ଶହ ମିଟର ,୮ସହ ମିଟର ଦୌଡ,୧୫ଶହ ମିଟର ୩ହଜାର ମିଟର ଦୌଡ଼ ସହ ଲମ୍ବଡିଆଁ,ଉଚ୍ଚଡିଆଁ,ଗୋଳାପଫିଙ୍ଗା ,ଥାଳିଆଫିଙ୍ଗା ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ଦୁଇ ଦିନ ପଯ୍ୟନ୍ତ ଚାଲୁ ରହିବ ।୧୬ ତାରିଖରେ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here