ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ବ୍ରହ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

0
103

ବ୍ରହ୍ମପୁର,୨୬/୦୨/୨୦୨୩ : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନବ ନିଯୁକ୍ତ କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଆଜି ସଂଧ୍ୟାରେ ଭାଷା-ସାହିତ୍ୟ-ସଂସ୍କୃତି ଓ ଜାତୀୟତାର ପୁଣ୍ୟପୀଠ ଉତ୍କଳ ଆଶ୍ରମ ସଭାଗୃହରେ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି lକଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ର ଓ ବିଶିଷ୍ଟ ଶିକ୍ଷାବିତ୍ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ପ୍ରଫେସର୍ ସ୍ୱାଇଁଙ୍କ ଶୈକ୍ଷିକ ଓ ସାରସ୍ୱତ କୃତିତ୍ୱ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଉତ୍ସସିତ ସମ୍ବର୍ଦ୍ଧନା ଜଣାଇଥିଲେ।ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା l ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଉପାୟନ ଓ ପୁଷ୍ପ ସ୍ତବକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. କୁଳମଣି ଓଝା, ମନୋରଞ୍ଜନ ପାଣିଗ୍ରାହୀ, ଅନୁପ କୁମାର ମିଶ୍ର, ଡ. ହୃଷୀକେଶ ପଣ୍ଡା, ଦୀନବନ୍ଧୁ ଶ୍ରୀପଲ୍ଲଵ, ନଳିନୀକାନ୍ତ ଗୌଡ଼ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପ ସ୍ତବକ ପ୍ରଦାନ କରିବା ସଂଗେ ସଂଗେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ସମ୍ବର୍ଦ୍ଧନାର ଉତ୍ତରରେ ପ୍ରଫେସର୍ ସ୍ୱାଇଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ସହିତ ଗତ ସତେଇଶ ବର୍ଷ ବ୍ୟାପୀ ରହି ଆସିଥିବା ଆବେଗାୟିତ ଆତ୍ମୀୟ ସମ୍ପର୍କ ପ୍ରସଙ୍ଗ ଅବତାରଣା କରିଥିଲେ। କୁଳପତି ଭାବେ ତାଙ୍କର ଚୟନ ବିଷୟ ଉଲ୍ଲେଖ ପୂର୍ବକ ଆଗାମୀ ଆହ୍ୱାନ ଓ ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରଫେସର୍ ସ୍ୱାଇଁ କହିଥିଲେ।ସହରର ବିଭିନ୍ନ ସାହିତ୍ୟାନୁଷ୍ଠାନ ମଧ୍ୟରେ ଫଲ୍ଗୁ ସାହିତ୍ୟ ସଂସଦ, ନେତାଜୀ ସାରସ୍ୱତ ମଞ୍ଚ, ତ୍ରିଧାରା ସାହିତ୍ୟ ସଂସଦ, ଓଡ଼ିଶା ଲେଖିକା ସଂସଦ, ଗଞ୍ଜାମ ଲେଖିକା ସଂସଦ, ଅଭିନୟ ଜଗତ, ଗଞ୍ଜାମ ଜିଲ୍ଲା ଶିଶୁ ସାହିତ୍ୟ ପରିଷଦ, ଗଞ୍ଜାମ ଜିଲ୍ଲା ଲେଖକ ସମ୍ମୁଖ୍ୟ, ଅଖିଳ ଭାରତ ସାହିତ୍ୟ ପରିଷଦ ପକ୍ଷରୁ ପ୍ରଫେସର୍ ସ୍ୱାଇଁଙ୍କୁ ପୁଷ୍ପ ସ୍ତବକ ପ୍ରଦାନ କରାଯାଇଥିଲା।ପ୍ରଥମେ ଡ. ହୃଷୀକେଶ ପଣ୍ଡା ପ୍ରାକ୍ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଡ. କୁଳମଣି ଓଝା ବୈଦିକ ଶ୍ଳୋକ ଆବୃତ୍ତି କରିଥିବା ବେଳେ ଡ. କୃଷ୍ଣ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡ. ରାଧାଗୋବିନ୍ଦ ପାଢ଼ୀ, ଡ. ହରିକୃଷ୍ଣ ନାୟକ, ତ୍ରିନାଥ ନାୟକ, ଡ. ଦେବୀ ପ୍ରସାଦ ଶତପଥୀ, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ହାଡ଼ିବନ୍ଧୁ ମାଳି, ଦୀନବନ୍ଧୁ ଶ୍ରୀପଲ୍ଲବ, ଡ. ମିହିର କୁମାର ତ୍ରିପାଠୀ, ଡ. ପ୍ରସନ୍ନ କୁମାର ବିଷୋୟୀ, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା, ଡ. ଲକ୍ଷ୍ମୀ ପ୍ରସାଦ ଦାଶ, କିରଣବାଳା ମିଶ୍ର, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସୁରେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଶାନ୍ତନୁ ସୁନା, ବିଷ୍ଣୁପ୍ରିୟା ମହାପାତ୍ର, ନନ୍ଦିନୀ ତ୍ରିପାଠୀ, ଅନିଲ କୁମାର ପାତ୍ର, ରାଜୁ ପାଢ଼ୀ, ରବୀନ୍ଦ୍ର କୁମାର ନାୟକ, ଦେବାଶିଷ ମହାପାତ୍ର, କୁରେଶ ମହାରଣା ପ୍ରମୁଖ ପ୍ରଫେସର୍ ସ୍ୱାଇଁଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ ସହ ସମ୍ବର୍ଦ୍ଧିତ କରିଥିଲେ l

LEAVE A REPLY

Please enter your comment!
Please enter your name here