ଗଞ୍ଜାମ, ୧୬/୦୧/୨୦୨୦(ଟୁକୁନା ପ୍ରଧାନ) ବିଦ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଉନ୍ନତି, ଭିତ୍ତିଭୂମିର ବିକାଶ ତଥା ଛାତ୍ରଛାତୀଙ୍କ ଶିକ୍ଷଣ ସ୍ତର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ନିର୍ଦ୍ଦେଶନାମା ଅନୁସାରେ ଆଜି ସମସ୍ତ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ଅନ୍ତର୍ଗତ ରାଣୀପଡl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣାଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସି ଆର୍ ସି ସି ଇନ୍ଦ୍ରମଣି ପ୍ରଧାନ ଯୋଗ ଦେଇଥିବା ବେଳେ ଏହି ବୈଠକରେ ବିଶେଷ ଭାବରେ ପିଲାଙ୍କର ଶତ ପ୍ରତିଶତ ଉପସ୍ଥାନ ରହିବା ସହ ଏଲ୍ ଇ ପି କାର୍ଯ୍ୟକ୍ରମ ର ସଫଳତା ଉପରେ ଆଲୋଚନା କରାଯାଇଥିଲା l ଏହା ସହିତ ପ୍ରଥମ ସମାପ୍ତି ସୂଚକ ଅlକଳନ ଫଳ ପ୍ରକାଶନ ଉପରେ ଗୁରୁତ୍ଵ ଦିଆଯାଇଥିଲା l ବୈଠକରେ ଏସ୍ ଏମ୍ ସି ଅଧ୍ୟକ୍ଷା ରୀତାଞ୍ଜଳୀ ମହାପାତ୍ର ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ l