ବ୍ରହ୍ମପୁରରେ ଦୁଇଦିନିଆ କଳିଙ୍ଗ ମହୋତ୍ସବ ଉଦଘାଟିତ

0
250

ବ୍ରହ୍ମପୁର,୧୧/୦୩/୨୦୨୩:ସ୍ଥାନୀୟ ସରକାରୀ ଆଇଟିଆଇ ପଡ଼ିଆରେ ଆଜି ସନ୍ଧ୍ୟାରେ ଦୁଇ ଦିନିଆ କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଅଭିଷେକ କ୍ରିଏସନ୍ ଓ କଳିଙ୍ଗ ଟିଭି ମିଳିତ ଆନୂକଲ୍ୟରେ ଆୟୋଜିତ ଏହି ମହୋତ୍ସବକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ମହୋତ୍ସବ କମିଟିର ମୁଖ୍ୟ ସଂଯୋଜକ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମହାନଗର ଡେପୁଟି ମେୟର ଇ. ବିବେକ ରେଡ୍ଡି, ବ୍ରହ୍ମପୁର ଏସପି ସରବଣା ବିବେକ ଏମ୍‌., ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସ, ପ୍ରମୋଦ ପଟ୍ଟନାୟକ, ଜଗନ ମୋହନ ମହାପାତ୍ରଙ୍କ ସମେତ ସଂସ୍କୃତି ପ୍ରେମୀ ଜାମିନିକାନ୍ତ ଦାସ, ଉମା ପାଣିଗ୍ରାହୀ, ସୁଦର୍ଶନ ପାଢ଼ୀ, ଅର୍ବାନ୍ ବ୍ୟାଙ୍କ ସଭାପତି ଆର୍‌. ମୁରଲୀ ମୋହନ, ସଂସ୍କୃତି ପ୍ରେମୀ ନିର୍ମଳ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କଳିଙ୍ଗ ମହୋତ୍ସବର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢ଼ୀଙ୍କ ସଂଗୀତରେ ଦର୍ଶକ ଝୁମିଥିଲେ । ଏହା ସହ ବିଭିନ୍ନ ଅଂଚଳର ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁଦୀପ ସାହୁ, ଉଷା ମହାପାତ୍ର, ରବିନ୍ଦ୍ରନାଥ ଡାକୁଆ, ରବି ବେହେରା, ମାନସ ବିଷୋୟୀ, ଟୁଟୁ ବେହେରା, ସୁଜିତ ଭଟ୍ଟ ମିଶ୍ର, ସନ୍ତୋଷ, ପବିତ୍ର ପ୍ରମୁଖ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here