ବ୍ରହ୍ମପୁର,୩୧/୦୩/୨୦୨୩: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡ଼ିଶା ସାମ୍ବାଦିକ ସଂଗଠନ ତଥା ଓଜାର ସପ୍ତମ ବାର୍ଷିକ ଉତ୍ସବ, ମୁଖ୍ୟ ଉପଦେଷ୍ଟା ଡକ୍ଟର ସତ୍ୟ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ରୁପେ ପ୍ରାକ୍ତନ ବିଚାରପତି ରତିକାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ଡାକ୍ତର ଶ୍ରୀବତ୍ସ ଦଳେଇ,ସମ୍ମାନୀତ ଅତିଥି ରୁପେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ଡକ୍ଟର ଆଲୋକ କୁମାର ସାହୁ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସମାଜସେବୀ ସଂପତ୍ତି ମୋଡା, ଶ୍ରଦ୍ଧାଞ୍ଜଳୀ ରାୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ବହୁ ପ୍ରତିଭାମାନ ସାମ୍ବାଦିକ,ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ଭର୍ଦ୍ଧନା ପୂର୍ବକ ପୁଷ୍ପ ଗୁଚ୍ଛ ସହ ମାନପତ୍ର ଓ ଉପ ଢ଼ୌକନ ପ୍ରଦାନ କରାଯାଇଥିଲା।ସେମାନଙ୍କ ମଧ୍ୟରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦିପ କୁମାର ସାହୁ, ମହିଳା ସମାଜସେବୀ ଦେବଜାନୀ ଷଡ଼ଙ୍ଗୀ, ଅନନ୍ତ ପ୍ରଧାନ, ଶିବ ନାରାୟଣ ପଣ୍ଡା, ବନ୍ଦିତା ସାହୁ, ବନିତା ବେହେରା ଙ୍କୁ ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରସନ୍ନ କୁମାର ଦାସ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ସଭାପତି ଅନଙ୍ଗ ପଣ୍ଡା ପରିଚାଳନା କରୁଥିଲେ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।