ସାନଖେମୁଣ୍ଡି,୦୧/୦୪/୨୦୨୩ : ଧର୍ମରାୟପୁର ସ୍ତିତ ବିଶିଷ୍ଟ ସମାଜସେବୀ ମନୋଜ ରଥଙ୍କ ଶୁଭକାମନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳ ପରିସର ଚିହ୍ନିତ ପୋଷ୍ୟ ଯକ୍ଷ୍ମା ରୋଗୀଙ୍କୁ ଚଳିତ ମାସର ଉଦ୍ଧିଷ୍ଟ ପୃଷ୍ଟିକର ପୋଷଣ ଖାଦ୍ୟ ବଣ୍ଟନ କରାଯାଇଅଛି । ପୂର୍ବ ନିର୍ଦ୍ଧାରିତ ବିଭାଗୀୟ ସମ୍ମତି ପ୍ରକାରେ ଚଳିତ ମାସର ବଣ୍ଟନ ବ୍ୟବସ୍ଥାକୁ ଚାରି ସ୍ତରରେ ପୃଥକ ଭାବେ ତିନି ଦିନରେ ସମାପ୍ତ କରିଛି । ପ୍ରଥମ ଦିବସରେ ସିଙ୍ଗିପୁର ,ଦ୍ଵିତୀୟ ଦିବସରେ ଗୌତମୀ ଏବଂ ଜିଉରା ପଞ୍ଚାୟତ ମୁଖ୍ୟାଳୟ ଏବଂ ଶେଷ ଦିବସରେ ଆଜି କଙ୍କୋରଡା ନାରାୟଣୀ ପୀଠରେ ପଞ୍ଜୀକୃତ ପୋଷ୍ୟ ଯକ୍ଷ୍ମା ରୋଗୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ସହ ପୋଷଣ ଖାଦ୍ୟ ବଣ୍ଟନ କରିଛି।
ଟ୍ରଷ୍ଟ ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ତତ୍ବାବଧାନରେ ଉପଦେଷ୍ଟା ଜଗନ୍ନାଥ ପଣ୍ଡାଙ୍କ ନେତୃତ୍ୱରେ କଙ୍କୋରଡ଼ା , କଉଡ଼ିଆ, ଡେଙ୍ଗାଡି , ଆଡପଦା , ଖଲିଙ୍ଗି , ପାଇକ ଜଗନାଥପୁର ,ଏସ ଗୋପାଳପୁର ପଞ୍ଚାୟତର ପଞ୍ଜୀକୃତ ଯକ୍ଷ୍ମା ରୋଗୀଙ୍କ ମିଳିତ ସମାବେଶରେ ସଚେତନା ସଭା ଆୟୋଜନ ସହ ପୋଷଣ ବଣ୍ଟନ କରିଛନ୍ତି । ଆୟୋଜିତ ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଟ୍ରଷ୍ଟ ଉପଦେଷ୍ଟା ଜଗନ୍ନାଥ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସିଙ୍ଗିପୁର ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ସିଙ୍ଗିପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୋଡାମାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମିରାବାଇ ପଣ୍ଡା ଅଂଶ ଗ୍ରହଣ କରିଥିଲେ କଙ୍କୋରଡା ଓ କଉଡ଼ିଆ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ସମ୍ମାନିତ ଅତିଥି ଭାବେ କଙ୍କୋରଡା ସରପଞ୍ଚ ମିନତି ସେଠୀ, ଏରେଣ୍ଡରା ସରପଞ୍ଚ ଧୋବା ସ୍ୱାଇଁ , ଯୁବ ସମାଜସେବୀ ମିଥୁନ ସେଠୀ, ରାମଚନ୍ଦ୍ରପୁର ସରପଞ୍ଚ ଅଳୟ ଦାସ, ଆୟୁଷ ଡାକ୍ତର ଲିଙ୍ଗରାଜ ଶତପଥୀ, ଅଞ୍ଚଳ ସମାଜସେବୀ ତଥା ପାଟପୁର ମହାଲକ୍ଷ୍ମୀ ମନ୍ଦିର ଟ୍ରଷ୍ଟି ଅଶୋକ ବେହେରା ପ୍ରମୁଖ ଯୋଗଦେଇ ଯକ୍ଷ୍ମା ରୋଗକୁ ସମୂଳ ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଭିମୂଖ୍ୟକୁ ଉପସ୍ଥିତ ଯକ୍ଷ୍ମା ପୀଡ଼ିତ ହିତାଧିକାରୀ, ଅଞ୍ଚଳ ବୁଦ୍ଧିଜୀବୀ ଏବଂ କାର୍ଯ୍ୟରତ କ୍ଷେତ୍ରୀୟ କର୍ମଚାରୀଙ୍କୁ ଅନୁପ୍ରାଣିତ କରିଥିଲେ । ସାମୁହିକ ଉଦ୍ୟମ ସହ ସମନ୍ଵୟତା ଆଧାରରେ ସମସ୍ତଙ୍କ କ୍ରିୟାଶୀଳତାରେ ହିଁ କାର୍ଯ୍ୟକ୍ରମ ସଫଳ ହେବା ନେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପଞ୍ଜୀକୃତ ପୀଡ଼ିତ ଯକ୍ଷ୍ମା ରୋଗୀଙ୍କୁ ଚଳିତ ମାସର ପୋଷଣ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା ।
Home ବ୍ରହ୍ମପୁର ସ୍ପେଶାଳ ସାନଖେମୁଣ୍ଡିରେ ପୋଷ୍ୟ ଯକ୍ଷ୍ମାରୋଗୀଙ୍କୁ ପୋଷଣ ଖାଦ୍ୟ ବଣ୍ଟନ କଲା ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ।