କାର୍ଯ୍ୟକ୍ଷମ ହେଲାନି ହଳଦିଆପଦର ବସଷ୍ଟାଣ୍ଡ : ହେଲା କନିଷୀ ତହସିଲ ଅସ୍ଥାୟୀ କାର୍ଯ୍ୟାଳୟ : ହିନସ୍ତାରେ ୧୩ କୋଟିର ବ୍ୟୟ ବରାଦ 

0
188

ବ୍ରହ୍ମପୁର, ୦୨/୦୪/୨୦୨୩ : କନିଶି ତହସିଲ ହଳଦିଆପଦର ଠାରେ ୧୩ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଅତ୍ୟାଧୁନିକ ବସଷ୍ଟାଣ୍ଡ ସମ୍ପ୍ରତି କନିଶି ତହସିଲ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛି ।ଅଫିସ। ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଏହି ବସ ଟର୍ମିନାଲ୍ଟି ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟାକୁ ନେଇ ହଳଦିଆପଦର ବସଷ୍ଟାଣ୍ଡ ୨୦୧୩ ମସିହା ଅକ୍ଟୋବର ୩ ତାରିଖରେ ଭିତ୍ତିପ୍ରସ୍ତର ହୋଇଥିଲା । ନିର୍ମାଣକାରୀ ସଂସ୍ଥା ତରବରିଆ ଭାବରେ ତିନିବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିଥିଲା । ଦୁଇ ମହଲା ବିଶିଷ୍ଟ ବସ ଟର୍ମିନାଲ ନିର୍ମାଣ ସରିବା ସହ ବସଯାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା, ଦୋକାନ ଗୃହ, ଟିକେଟ ବିକ୍ରି ଗୃହ, ସୂଚନା କେନ୍ଦ୍ର, ଗ୍ୟାରେଜ, ଶୌଚାଳୟ, ଫୁଲ ବଗିଚା ଇତ୍ୟାଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। କାମ ସରିବା ପରେ ୨୦୧୬ ଫେବୃୟାରୀ ୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ ହୋଇଥିଲା। କିନ୍ତୁ ଦୀର୍ଘ ୬ବର୍ଷ ପରେ ମଧ୍ୟ ଉକ୍ତ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇ ପାରିଲାନାହିଁ । ପରିଶେଷରେ ଏହା କନିଶି ତହସିଲ ଅଫିସ ଗୃହରେ ପରିଣତ ହେଲା । କିନ୍ତୁ କାର୍ଯ୍ୟାଳୟ ପରିଚାଳନା ନେଇ ବହୁ ଅସୁବିଧା ଦେଖିବାକୁ ମିଳିଛି । ଅଳ୍ପ ଟିକେ ବର୍ଷା ହେବା କ୍ଷଣି ଅଫିସ ଭିତରେ କର୍ମଚାରୀ ଛତା ଧରି ବୁଲୁଛନ୍ତି । କର୍ମଚାରୀମାନେ ବାଲ୍ଟି ବାଲ୍ଟି ପାଣି ବୋହୁଥିବା ଦେଖିବାକୁ ମିଳିଛି। ଅଫିସ ସମ୍ମୁଖ ଗୃହରେ ଅଚଳାବସ୍ଥା ସୃଷ୍ଟି ହେଉଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି । ବର୍ଷା ହେଲେ ଉପର ମହଲାରୁ ତଳ ମହଲା ଭିତରକୁ ପାଣି ପସୁଛି । କୋଠରୀ ଗୁଡ଼ିକ ଜଳମୟ ଦେଖା ଯାଉଛି । ରେକର୍ଡ଼ ରୁମରେ ମଧ୍ୟ ପାଣି ପଶୁଛି ।ଉପର ସିଡି ରାସ୍ତାରେ ପାଣି ଆସି ସିଡିରେ ସିଉଳି ପଡୁଛି । ଏଥିପ୍ରତି କାହାର ନଜର ନ ଥିବା ଦେଖିବାକୁ ମିଳୁଛି । ଖୋଦ୍ ତହସିଲଦାର ମଧ୍ୟ କାର୍ଯ୍ୟାଳୟରେ ଛତା ଧରି ବୁଲୁଛନ୍ତି । ଉପର ମହଲା ବିମ୍ ଫାଟି ପାଣି ଗଲୁଥିବା ନଜରକୁ ଆସିଛି। ଏଭଳି ଅବସ୍ଥା ନେଇ ଅଞ୍ଚଳ ବୁଦ୍ଧିଜୀବି ଚିନ୍ତା ପ୍ରକଟ କରିଛନ୍ତି । ନିମ୍ନମାନର ନିର୍ମାଣ କାର୍ଯ୍ୟଯୋଗୁଁ ଏଭଳି ଘଟିଥିବା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ପ୍ରତିକାର ବ୍ୟବସ୍ଥା ନହେଲେ ବସ ଟର୍ମିନାଲ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଥିବାରୁ ଛାତରୁ ପାଣି ଗଳିବା ବିଷୟ ନେଇ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ପୂର୍ତ୍ତ ବିଭାଗ ଏସଡ଼ିଓଙ୍କୁ ଅବଗତ କରିଥିବା ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here