କୋଦଳା, ୧୭/୦୧/୨୦୨୦(ଟୁକୁନା ପ୍ରଧାନ ) ଗଞ୍ଜାମ ଜିଲ୍ଲା କୋଦଳା ଥାନା ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।ଏହି ସଚେତନତା ଶୋଭାଯାତ୍ରା ଟି କୋଦଳା ଓ ବେଗୁନିଆପଡା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଏସଆଇ ଅନୀଲ କୁମାର ସାହୁ, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ଗାଡ଼ିର କାଗଜପତ୍ର ଠିକ୍ କରି ସର୍ବଦା ନିଜ ପାଖରେ ରଖିବା ଆଦି ନିୟମ ସମ୍ପର୍କରେ ଅଞ୍ଚଳବାସୀମାନଙ୍କୁ ସଚେତନତା କରିବା ସହିତ ନିୟମକୁ ନ ମାନିଲେ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଛି ସେ ସମ୍ପର୍କରେ କହିଥିଲେ । ସଚେତନତା ଶୋଭାଯାତ୍ରା ବେଳେ ଛାତ୍ରଛାତ୍ରୀ ଓ ପୁଲିସ କର୍ମଚାରୀ ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ନ୍ଧନା କରିଥିବା ବେଳେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି ପରିଚାଳନା କରିଥିଲେ।