ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଦେଶଦ୍ରୋହୀ ଘୋଷଣା କରିବାକୁ ଦାବି କଲା ଭାରତୀୟ ବିକାଶ ପରିଷଦ

0
207

ବ୍ରହ୍ମପୁର, ୧୮/୦୧/୨୦୨୦(ବ୍ୟୁରୋ ରିପୋର୍ଟ): ଦୁର୍ନୀତି ଗ୍ରସ୍ତ ଆଇ ଏ ଏସ, ଆଇ ପି ଏସ, ଓ ଏ ଏସ ଅଧିକାରୀ ମାନଙ୍କୁ ଚାକିରୀ ରୁ ବହିଷ୍କାର କରିବା ସହ ଦୁର୍ନୀତି କରୁଥିବା କର୍ମଚାରୀ ମାନେ ଦେଶର ଉନ୍ନତି ରେ ବାଧକ ସାଜୁଥିବା ହେତୁ ଉଚ୍ଚ ନ୍ୟାୟାଳୟ ଆଦେଶ ପ୍ରକାରେ ଏମାନଙ୍କୁ ଦେଶଦ୍ରୋହୀ ଘଷଣା କରିବା ନେଇ ଦାବୀ କରିଛି ଭାରତୀୟ ବିକାଶ ପରିଷଦ। ଏହି ଅବସରରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗଂଜାମ ଜିଲ୍ଲାର ୨୦୧୩ ମସିହାରେ ଜିଓଟିସିଏଲ ନାମରେ ଏକ କମ୍ପାନୀ ଗଠନ କରାଯାଇଥିଲା। ଯାହାର ନିର୍ଦେଶକ ଭାବେ ଜିଲ୍ଲାପାଳ, ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ଏସପି ଓ ବିଏମସି କମିଶନର ରହିଛନ୍ତି। ଏଥିରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାନଗର ଓ ଜିଲ୍ଲାବାସୀ ଙ୍କ ଗମନା ଗମନ ରେ ସୁବିଧା ପାଇଁ ୩୮ ଟି ବସ କିଣାଯାଇଥିଲା। ପ୍ରଥମ ବର୍ଷରେ ୩୮ ଟି ସିଟି ବସ ରୁ ୧ କୋଟି ୭୬ ଲକ୍ଷ୍ୟ ଆୟ ହୋଇଥିବା ଦର୍ଶା ଯାଇଥିବା ବେଳେ ବ୍ୟୟ ୪ କୋଟି ୯୪ ଲକ୍ଷ୍ୟ ଟଙ୍କା ଦର୍ଶା ଯାଇଥିଲା। ପରେ ୨୦୧୪-୧୫ ମସିହାରେ ୩୮ ଟି ସିଟି ବସ ମଧ୍ୟରୁ ବିନା ମୂଲ୍ୟରେ ରାଉଲକେଲା ମ୍ୟୁନିସିପାଲଟିକୁ ୬ ଟି ବସ ହସ୍ତାନ୍ତର କରାଯାଇଥିବା ଅଡିଟ ରିପୋର୍ଟ ରୁ ଜଣାପଡିଛି। ୨୦୧୫-୧୬ରେ ବାକି ୩୨ ଟି ବସ ରୁ ବାର୍ଷିକ ୧ କୋଟି ୭୬ ଲକ୍ଷ ଟଙ୍କା ବସ ପରିଚାଳନା ଓ ରାଜ୍ୟ ସରକାର ୧୭ କୋଟି ଟଙ୍କା ଦେଇଥିବା ବେଳେ ତାର ସୁଦ୍ଧା ବାବଦକୁ ମିଶି ୨ କୋଟି ୪୮ ଲକ୍ଷ ଟଙ୍କା ଆୟ ହୋଇଥିଲା। ତେବେ ବିନା ଟେଣ୍ଡର ରେ ଜଣେ ପ୍ରାଇଭେଟ ବ୍ୟକ୍ତି ଙ୍କୁ ବସ ପରିଚାଳନା ଦାୟିତ୍ବ ଦିଆଯାଇଥିବା ବେଳେ ଅଡିଟ ରିପୋର୍ଟ ଅନୁଯାୟୀ ବାର୍ଷିକ ତାଙ୍କ ନିକଟରୁ ୧୭ ଲକ୍ଷ ଆୟ କରାଯାଇଥିବା ଜଣାପଡିଛି। ତେବେ ୩୨ ଟି ବସ ରୁ ବାର୍ଷିକ ୧୭ ଲକ୍ଷ ଟଙ୍କା ଆୟ କରାଯାଉଥିବା ବେଳେ ଗୋଟିଏ ଲେଖାଏଁ ବସ ଦିନକୁ ୧୪୮ ଟଙ୍କା ଆୟ କରୁଛି। ୨୦ ଲକ୍ଷ ବସ ର ଦାମ ରେ ଦିନକୁ ୧୪୮ ଟଙ୍କା ଆୟ କୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ବିକାଶ ପରିଷଦ। ଏହା ସହ ଏଥିରେ ନିର୍ଦେଶକ ଭାବେ ଥିବା ଦୁର୍ନୀତି ଗ୍ରସ୍ତ ବରିଷ୍ଠ ଅଧିକାରୀ ମାନକୁ ବହିଷ୍କାର କରିବା ସହ ୨୦୧୯ ଉଚ୍ଚ ନ୍ୟାୟାଳୟ ଚେନ୍ନାଇ ଙ୍କ ନିର୍ଦେଶ ପ୍ରକାରେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଦେଶର ବିକାଶ ରେ ବାଧକ ସାଜୁଥିବା ହେତୁ ସେମାନଙ୍କୁ ଦେଶ ଦ୍ରୋହୀ ଘୋଷଣା କରିବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଛି। ଆଗାମୀ ୧୫ ଦିନ ଭିତରେ ଦାବି ପୂରଣ ନହେଲେ ସୁପ୍ରିମକୋର୍ଟ ରେ ଏନେଇ ମାମଲା ରୁଜୁ କରାଯିବ ବୋଲି କହିଛି ଭାରତୀୟ ବିକାଶ ପରିଷଦ।ଏହି ଅବସରରେ ସଂଗଠନ ପକ୍ଷରୁ ଆରଡିସି ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଦାବି ସହ ପତ୍ର ମାଧ୍ୟମରେ ମହାମୟୀମ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି,କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଙ୍କୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here