ବିଶାଖାପାଟଣାରେ ସର୍ବ ଭାରତୀୟ ଆଦିବାସୀଙ୍କ ସମ୍ମିଳନୀ,ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶାରୁ ଯୋଗଦାନ

0
212

ବ୍ରହ୍ମପୁର,୧୮/୦୫/୨୦୨୩:ଆସନ୍ତା ମଇ ୨୧, ୨୦୨୩ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଏକ ସର୍ବ ଭାରତୀୟ ଆଦିବାସୀ ସମ୍ମିଳନୀର ଆୟୋଜନ ହେଉଛି । ଏହି ଦିନିକିଆ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଦେଶରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୭୫୦ରୁ ଉର୍ଦ୍ଧ୍ବ ନେତା ଓ ବୁଦ୍ଧିଜୀବି ପ୍ରତିନିଧି ଭାବେ ଯୋଗଦେବେ ।ଏ ସମ୍ପର୍କରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି। ଦେଶରେ ଜମି ଓ ଜଙ୍ଗଲ ଆଦିବାସୀମାନଙ୍କ ବିଭିନ୍ନ ଅଧିକାର ଏବଂ ସେମାନଙ୍କ ସ୍ବାୟତତା, ଭାଷା, ସଂସ୍କୃତି ଉପରେ ହେଉଥିବା ଆକ୍ରମଣ ଉପରେ ଏଥିରେ ବିଚାର ବିମର୍ଷ କରାଯିବ । ଝାଡ଼ଖଣ୍ଡର ଲୋକପ୍ରିୟ ଆଦିବାସୀ ଲେଖୁକା ତଡକ୍ଟର ବାସଭି କିରୋ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ
ଅଞ୍ଛଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସଭାପତି ଭି. ଭେଙ୍କଟାରାମାୟା ବକ୍ତା ଭାବେ ସମ୍ବୋଧିତ କରିବେ ।
ଦେଶରେ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଅଧିକାର ଉପରେ ବଢ଼ି ଚାଲିଥିବା ଆକ୍ରମଣର ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜିତ ହେଉଛି ।ଦେଶର ବିଭିନ୍ନ ସ୍ଥାନରେ ଆମକୁ ଆମର ଜମି ଓ ଜଙ୍ଗଲରୁ ଉଚ୍ଛେଦ କରାଯାଉଛି, ପାରମ୍ପରିକ ଜୀବିକାକୁ ଛଡ଼ାଇ ନିଆଯାଉଛି ଏବଂ ସର୍ବୋପରି ଆମର ଅସ୍ମିତା ବା ପରିଚୟ, ଆମ କଳାସଂସ୍କୃତି ଏବଂ ଆମ ଭାଷା ଉପରେ ବି ବ୍ୟବସ୍ଥିତ ଭାବେ ଆକ୍ରମଣ ହେଉଛି । ଆମକୁ ମୁଖ୍ୟଧାରାରେ ସାମିଲ କରିବା ନାଁରେ ଦେଶର
ଶାସକ ଶ୍ରେଣୀ ଆମର ଆଦିବାସୀ ପରିଚୟକୁ ସମାପ୍ତି କରି ଆମକୁ ଅନ୍ୟ ସମ୍ପ୍ରଦାୟଙ୍କ ଭାଷା ଓ ସଂସ୍କୃତିରେ ବଳପୂର୍ବକ ସମ୍ମିଳିତ କରିବା ପାଇଁ ଉଦ୍ୟମ
କରାଯାଉଛି । ଏପରିକି ଉପନିବେଶବାଦ ବିରୋଧ ଭାରତର ସ୍ଵାଧୀନତା ସଂଗ୍ରାମରେ ଅଭୂତପୂର୍ବ ବଳିଦାନ ଦେଇଥିବା ଆମର ନାୟକମାନଙ୍କୁ ବି ଅଣଦେଖା
କରାଯାଉଛି । ରାଜନୈତିକ ସ୍ଵାର୍ଥ ପାଇଁ ଆମକୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ବିଭାଜିତ ତଥା ସଂଘର୍ଷ କରାଇବାକୁ ପ୍ରୟାସ କରାଯାଉଛି । କେନ୍ଦ୍ର ଶାସନରେ ରହିଥିବା ବିଜେପି ଓ ଆର୍ଏସ୍ଏସ୍ ନେତୃତ୍ବାଧୀନ ସରକାର ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ବ ମାନ ମଣିପୁରରେ ମେତେଇ ଓ ଆଦିବାସୀଙ୍କ ମଧ୍ୟରେ ଯେଉଁ ସଂଘର୍ଷ ଓ ହିଂସା ଚାଲିଛି, ତାରି ପଛରେ ସେମାନଙ୍କ ପ୍ରଛନ୍ନ ଭୂମିକା ରହିଛି । ଏହାବାଦ ସେମାନେ ଦେଶସାରା ଆଦିବାସୀମାନଙ୍କୁ ହିନ୍ଦୁ ଓ
ଖ୍ରୀଷ୍ଟିୟାନ ନାଁରେ ବିଭାଜିତ କରି ସେମାନଙ୍କ ସଂରକ୍ଷଣ ସୁବିଧା ସମାପ୍ତ କରିବାକୁ ବି ଷଡ଼ଯନ୍ତ କରୁଛନ୍ତି ।
ମୂଲ୍ୟବାନ ପ୍ରାକୃତିକ ସମ୍ପଦରେ ଭରପୂର ଆମର ଜମି ଓ ଜଙ୍ଗଲକୁ ଦେଶୀ ବିଦେଶୀ ଘରୋଇ କର୍ପୋରେଟରମାନଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ଲଗାତାର ଷଡ଼ଯନ୍ତ୍ର କରୁଛନ୍ତି । ଏହି ଉଦ୍ଦେଶ୍ୟରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨କୁ ଅଣାଯାଇଛି । କର୍ପୋରେଟ୍‌ଙ୍କୁ ଜଙ୍ଗଲ ଦେବା ପାଇଁ ଦେଶର ଜଙ୍ଗଲ ନୀତିରେ ପରିବ ନ କରାଯାଇଛି । ଏପରିକି ବ ମାନ ରହିଥିବା ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦କୁ ବି ସଂଶୋଧନ କରିବାକୁ ଚେଷ୍ଟା ଚାଲିଛି । ଜଙ୍ଗଲ ସୁରକ୍ଷା ପାଇଁ ରହିଥିବା ଏହି ଆଇନ ଗୁଡ଼ିକରେ ଉପରୋକ୍ତ ପରିବ ‘ନ ଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ଆମକୁ ଜଙ୍ଗଲରୁ ବଳପୂର୍ବକ ଉଚ୍ଛେଦ
କରିବା, ଏପରିକି ଆମର ବିସ୍ଥାପନ ସମ୍ପର୍କରେ ବି ଆମର ମତ ପ୍ରକାଶର ଅଧିକାରରୁ ବଂଚିତ କରିବା ସହ ଆମକୁ ଦମନ ତଥା ଅତ୍ୟାଚାର କରିବା ପାଇଁ ଜଙ୍ଗଲ
ବିଭାଗର ଅଧିକାରୀ ତଥା ସମଗ୍ର ସରକାରୀ ଯନ୍ତ୍ରକୁ ଅଧିକ ସଶକ୍ତ କରିବା ।ଅନ୍ୟପକ୍ଷରେ, ଆମର ଲଗାତାର ସଂଘର୍ଷ ଫଳରେ ଆମପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ପାଇଁ ପ୍ରଣୀତ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବାରେ ଜାଣିଶୁଣି ମନ୍ଥରତା ଅବଲମ୍ବନ କରାଯାଉଛି । ଓଡ଼ିଶାରେ ମଧ୍ୟ ଜଙ୍ଗଲ ଅଧିକାର ନାଁରେ ଆଦିବାସୀମାନଙ୍କୁ ବହୁତ କମ୍
ଜଙ୍ଗଲ ଜମିରେ ଅଧିକାର ଦିଆଯାଇଥିବା ବେଳେ କୋରାପୁଟର ମାଳି ପର୍ବତ, ବାଲଦା ହେଉ କି କଳାହାଣ୍ଡିର କର୍ଲାପାଟ ଅଥବା ରାୟଗଡ଼ାର କୁଟୁମାଳି,
ସିଝିମାଳି ଆଦି ପ୍ରସ୍ତାବିତ ଖଣି ଅଂଚଳମାନଙ୍କରେ ଆଦିବାସୀମାନଙ୍କୁ ଜାଣିଶୁଣି ଜଙ୍ଗଲ ଅଧିକାର ଦିଆଯାଉନି । ପୋଲାଭରମ୍ ଡ୍ୟାମ୍ ଦ୍ୱାରା କ୍ଷତିଗ୍ରସ୍ତ ମାଲକାନଗିରିର
ଆଦିବାସୀ ଅ ଳ ତଥା ଗଞ୍ଜାମର ଗାଜଲବାଡ଼ିରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନା ପୂର୍ବରୁ ସେଠାରେ ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବାରେ ସରକାର ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପେସା ଆଇନ-୧୯୯୬ କୁ ମଧ୍ୟ ସଠିକ୍ ଭାବରେ ଲାଗୁ କରାଯାଉ ନାହିଁ । ବନ୍ୟଜନ୍ତୁ ଅଭୟାରଣ୍ୟ ନାମରେ ଆମକୁ
ଜଙ୍ଗଲ ଜମିରୁ ଉଚ୍ଛେଦ କରାଯାଉଛି ।”ଆମର ଜମି, ଜୀବିକା ଏବଂ ପରିଚୟର ସୁରକ୍ଷା’ ଏବଂ ‘ ବିସ୍ଥାପନ ବିନା ବିକାଶ ଏବଂ ଜଙ୍ଗଲର ସୁରକ୍ଷା’ ଏହି ସମ୍ମିଳନୀର ମୁଖ୍ୟ ସ୍ଲୋଗାନ୍
ରହିଛି । ଆଜି ଦେଶର ବିଭିନ୍ନ ଅଂଚଳରେ ଆମର ଜମି ଓ ଜଙ୍ଗଲ ଅଧିକାର ଉପରେ ଚାଲିଥିବା ଆକ୍ରମଣକୁ ପ୍ରତିରୋଧ କରିବା ଯୋଗୁଁ ଏବଂ ଆମର ଅଧିକାର
ପାଇଁ ଲଢ଼ିବା ଯୋଗୁଁ ଆମ ସମ୍ପ୍ରଦାୟ ଲୋକେ ଭୟଙ୍କର ରାଷ୍ଟ୍ର ଦମନର ସମ୍ମୁଖୀନ ହେଉଛନ୍ତି । ମାଓବାଦୀ ଦମନ ନାଁରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କୁ
ୟୁଏପିଏ ପରି କଠୋର ଆଇନ ବଳରେ ଗିରଫ କରି ଜେଲରେ ଭ’ କରାଯାଉଛି ।ଏହି ସମ୍ମିଳନୀ, ଦେଶର ଆଦିବାସୀ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ଉଠାଇବା ସହ ଆମ ବିରୁଦ୍ଧରେ ଚାଲିଥିବା ଆକ୍ରମଣର ସମ୍ମୁଖୀନ ହେବା ପାଇଁ ପ୍ରତିରୋଧର କାର୍ଯ୍ୟସୂଚୀ ସ୍ଥିର କରିବ । ସମଗ୍ର ଭାରତର ଆଦିବାସୀ ସମ୍ପ୍ରଦାୟର ନେତାମାନଙ୍କୁ ଏକାଠି କରିବା ପାଇଁ ଏକ ମଞ୍ଚ ଗଠନ କରିବା ସହ ତା’ ଜରିଆରେ ଆମର ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ବିଭିନ୍ନ ପ୍ରସଙ୍ଗରେ ଆମର ଉଦ୍‌ବେଗକୁ ପ୍ରକାଶ କରିବା ତଥା ଆମ ଉପରେ ହେଉଥିବା ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ଆନ୍ଦୋଳନ ଗଢ଼ିବାର ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ସୂଚନା ଦିଆଯାଇଛି ।ଆଜିର ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ଆଦିବାସୀ ସମ୍ମିଳନୀର ଅନ୍ୟତମ ଆବାହକ ତଥା ଆଦିବାସୀ ନେତା କେଦାର ଶବର, କୁଶନାଥ ପ୍ରଧାନ ଓ ନରସିଂହ ଦଳବେହେରା ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here