ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

0
300

ଭୂବନେଶ୍ୱର,୧୮/୦୫/୨୦୨୩:
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି। ମିତ୍ରଭାନୁ ମହାପାତ୍ର ରାଉରକେଲା ଏସ୍‌ପି ହୋଇଥିବା ବେଳେ ବି. ଗଙ୍ଗାଧର ମୟୂରଭଂଜ ଏସ୍‌ପି , ମୁକେଶ କୁମାର ଭାମୁ ସମ୍ବଲପୁର ଏସ୍‌ପି , ନୀତିନ କୁଶଲକର କେନ୍ଦୁଝର ଏସ୍‌ପି ଓ ରିଷିକେଶ ଖିଲାରୀ ବଲାଙ୍ଗିର ଏସ୍‌ପି ହୋଇଛନ୍ତି। ସେପରି ରାଜେଶ କୁମାର ହୋଇଛନ୍ତି ଏଡିଜି ଆଧୁନିକୀକରଣ।ନରସିଂହ ଭୋଳ ଅବକାରୀ କମିଶନର ହୋଇଥିବା ବେଳେ ଆଶିଷ ସିଂହ ହେଲେ କେନ୍ଦ୍ରାଞ୍ଚଳ ଆଇଜି।ରାଜେଶ ପଣ୍ଡିତ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି।ଅଖିଳେଶ୍ୱର ସିଂହ ହେଲେ ଡିଆଇଜି SIW ।ଚରଣ ସିଂ ମୀନା ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି।ରାଧାକୃଷ୍ଣ ଶର୍ମା ହେଲେ ଏଡିଜି ହେଡକ୍ୱାର୍ଟର।ସଂଜୟ କୁମାର ହେଲେ ଏଡିଜି ଆଇନଶୃଙ୍ଖଳା ଓ କମ୍ୟୁନିକେସନ।ଅମିତାଭ ଠାକୁର ହେଲେ ପରିବହନ କମିଶନର।ଏସ୍. ଦେବଦତ୍ତ ସିଂହ ହେଲେ ଏଡିଜି ଅପରେସନ।ଦୟାଲ ଗଙ୍ଗୱାର ହେଲେ ଏଡିଜି ରେଲୱେ ଓ ତଟ ସୁରକ୍ଷା।

LEAVE A REPLY

Please enter your comment!
Please enter your name here