ଇଲେକ୍ଟ୍ରୋନିକ୍ସ ସାଇନ୍ସ ର ପିଜି ରିସର୍ଚ୍ଚ କନକ୍ଲେଭ – ୨୦୨୩ ଅନୁଷ୍ଠିତ

0
225

ବ୍ରହ୍ମପୁର,୧୮/୦୫/୨୦୨୩:ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସ୍ନାତକୋତ୍ତର ବିଭାଗ ପକ୍ଷରୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ର ବାର୍ଷିକ ପିଜି ରିସର୍ଚ୍ଚ କନକ୍ଲେଭ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ବିଭାଗୀୟ ମୁଖ୍ୟ ଡ଼ ଧୃବ ଚରଣ ପଣ୍ଡା ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ସାଧାରଣ ସମ୍ପାଦକ ଛାତ୍ର ଏନ୍.ନୀଳମାଧବ ପାତ୍ର, ଉମାକାନ୍ତ ଚୌଧୁରୀ, ପ୍ରସନ୍ନ ସାମନ୍ତରାୟ, ସୁଜିତ୍ ମଣ୍ଡଳ, ବାଣୀଶ୍ରୀ ପଟ୍ଟନାୟକ, ଅଞ୍ଚଳ ପୃଷ୍ଟି, ଜୀବନ ଯାଦବ, ବିକ୍ରମ ରଥ, ଚିନ୍ମୟ ପ୍ରଧାନ, ଶୁଭମ୍ ପଟ୍ଟନାୟକ, ଶୁଭାଶିଷ ଚୌଧୁରୀ, ସୌଭାଗ୍ୟ ବେହେରା, ଆଶୁତୋଷ ସାହୁ, ଚିନ୍ମୟ ତ୍ରିପାଠୀ, ପ୍ରୀତି ପାଣିଗ୍ରାହୀ, ମହମ୍ମଦ ନୁରେନ୍ ମୁସ୍ତାକ, ସୁନିଲ ମନ୍ତ୍ରୀ, କାଜଲ ପଣ୍ଡା, ସୌମ୍ୟା ପାଣିଗ୍ରାହୀ, ସ୍ନେହା ପୁରୋହିତ, ସିମରନ ପାତ୍ର, ଦିବ୍ୟା ସାମଲ, ସୁରୁଚି ମହାରଣା, ଶାଶ୍ଵତୀ ମହାନ୍ତି, ମନସ୍ଵିନୀ ମହାନ୍ତି, କ୍ଷେତ୍ରବାସୀ ବିଷୋୟୀ ଆଦି ସେମାନଙ୍କ ନିଜ ନିଜର ଦୁଇ ବର୍ଷର ପରୀକ୍ଷା ମୂଳକ ପ୍ରକଳ୍ପ କାର୍ଯ୍ୟକୁ ପ୍ରଦର୍ଶୀତ କରିଥିଲେ । ଏହାକୁ ନିଷ୍ଟ ର ପ୍ରଫେସର ପ୍ରଦ୍ୟୁମ୍ନ ପାତ୍ର ପ୍ରଶ୍ନୋତ୍ତର ସହ ପ୍ରକଳ୍ପ ତର୍ଜମା କରିଥିଲେ । ଏଥି ସହିତ ଆସିଷ୍ଟାଣ୍ଟ ପ୍ରଫେସର ଡ଼ ନାରାୟଣ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ଡ଼ ରଶ୍ମିତା କୁମାରୀ ପାଣିଗ୍ରାହୀ,ଆସିଷ୍ଟାଣ୍ଟ ପ୍ରଫେସର ଦୀପକ କୁମାର ନାୟକ ପ୍ରଭୃତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here