ଟିପିଏସ୍ଓଡିଏଲ୍ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କ୍ଷେତ୍ରରେ କରୁଥିବା ୪,୪୨୦ କର୍ମଚାରୀ ମୂତୟନ କରାଯାଇଛି ।

0
210

ବ୍ରହ୍ମପୁର,୧୭/୦୬/୨୦୨୩: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ ଡି) ପକ୍ଷରୁ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆକଳନକୁ ଦୃଷ୍ଟିରେ ରଖି ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସହିତ ନିକଟରେ ଘଟିଥିବା କାଳବୈଶାଖୀ ପରେ କଂପାନି ପକ୍ଷରୁ ନେଟୱାର୍କ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାୟତ ସମ୍ପୂର୍ଣ୍ଣ କରାଯାଇଛି ।

ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଟିପିଏସ୍ଓଡିଏଲ୍ ର କର୍ମଚାରୀମାନେ ଦିନରାତି ନିରବଚ୍ଛିନ୍ନ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସି-ପିଏସ ସିସି) ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରତକ୍ଷ୍ୟ ଭାବେ ନିରୀକ୍ଷଣ କରାଯାଉଛି ଏବଂ ଡିଭିଜନ ସ୍ତରରେ ନିରୀକ୍ଷଣ ଟିମ୍ କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି ।

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଏବଂ ଆଉ ଏକ କାଳବୈଶାଖୀ ଘଟିଲେ ପୁନରୁଦ୍ଧାର କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ କାର୍ଯ୍ୟ କ୍ଷେତ୍ରରେ କରୁଥିବା ୪,୪୨୦ କର୍ମଚାରୀ ମୂତୟନ କରାଯାଇଥିବା ବେଳେ ସେମାନଙ୍କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲମାଷ୍ଟର ପ୍ରଦାନ କରାଯାଇଛି । ରାତିରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ କଂପାନି ପକ୍ଷରୁ ଆସ୍କା ଆଲୋକର ବ୍ୟବସ୍ଥା କରାଯାଇଛି ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ୭୦୦ କର୍ମଚାରୀ ଯେକୌଣସି ସମୟରେ ମୂତୟନ ହେବା ଲାଗି ପ୍ରସ୍ତୁତ ରହିଛନ୍ତି ।

ବର୍ତମାନର ସ୍ଥିତିକୁ ନଜରରେ ରଖି ଟିପିଏସ୍ଓଡିଏଲ୍ ର ସମସ୍ତ ବୈଷୟିକ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ଯାହା ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଲାଗି କଂପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି । ଗ୍ରାହକଙ୍କ ବର୍ଦ୍ଧିତ ପ୍ରଶ୍ନ ଓ ଅଭିଯୋଗର ପରିଚାଳନା କରିବା ଲାଗି କଲ୍ ସେଂଟରରେ ଅଧିକ କର୍ମଚାରୀ ମୂତୟନ କରାଯାଇଛି ।

ପାହାଡ଼ିଆ ଓ ଅସୁବିଧା ଅଂଚଳକୁ ଉପକରଣ ପରିବହନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଓଡିଶା ବିପର୍ଯ୍ୟୟ ଦ୍ରୁତ ପ୍ରଶମନ ବଳ (ଓଡ୍ରାଫ୍) ସହ ସମନ୍ୱୟ ସମେତ ପୁନରୁଦ୍ଧାର କାର୍ଯ୍ୟ ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ଯେ, “ସଂପ୍ରତି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଭଳି ଆହ୍ୱାନପୂର୍ଣ୍ଣ ପାଣିପାଗ ସ୍ଥିତିରେ ମଧ୍ୟ ଗ୍ରାକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଦେବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ । ଆମର ଦକ୍ଷ କର୍ମଚାରୀ ମୂତୟନ, ସ୍ୱତନ୍ତ୍ର ଉପକରଣ ଓ ସଂପୃକ୍ତ ଅଧିକାରୀ ସହ ସହଯୋଗିତା ଆମକୁ ବିଦ୍ୟୁତ ବିଭ୍ରାଟ ବେଳେ ଶୀଘ୍ର ପଦକ୍ଷେପ ନେବା ଓ ନିରବଚ୍ଛିନ୍ନ ସେବାକୁ ସୁନିଶ୍ଚିତ କରିବାରେ ସକ୍ଷମ କରିଛି ।’’ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଥିବା ବେଳେ ଆମ ମୂଲ୍ୟବାନ ଗ୍ରାହକଙ୍କ ସେବା ଓ ସନ୍ତୁଷ୍ଟିକୁ ଅଗ୍ରାଧିକାର ପ୍ରଦାନ ଜାରି ରଖିବ ।

LEAVE A REPLY

Please enter your comment!
Please enter your name here