ଦକ୍ଷିଣାଞ୍ଚଳର ଆଠ ଜିଲ୍ଲାରେ +୨ ତତ୍କାଳ ପରୀକ୍ଷା

0
107

ବ୍ରହ୍ମପୁର, ୧୩/୦୭/୨୦୨୩ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ୨0୨୩ ବର୍ଷର +୨ ତତ୍କାଳ (ଇନ୍-ଷ୍ଟାଣ୍ଟ୍ ଏକ୍ଜାମିନେସନ୍) ପରୀକ୍ଷା ଆଜି ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସ୍ୱଚ୍ଛତା ଓ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି l ଗଞ୍ଜାମ ଜିଲ୍ଲାର ନୋଡାଲ୍ ପରୀକ୍ଷା କେନ୍ଦ୍ର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୯୬ ଜଣ ପରୀକ୍ଷାର୍ଥୀ ଆଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ଭିନ୍ନ ଭିନ୍ନ ବିଷୟରେ ଥିଓରୀ ପରୀକ୍ଷା ଦେଇଥିବା ବେଳେ ଏସ୍.ବି.ଆର୍. ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଅର୍ଥନୀତି ବିଷୟରେ ପରୀକ୍ଷା ଦେଇ ନ ଥିବା ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ସେହିପରି ଗଜପତି ଜିଲ୍ଲାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋରାପୁଟ ଜିଲ୍ଲାରେ ଜୟପୁର ସ୍ଥିତ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ଜିଲ୍ଲାରେ ମାଲକାନଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାରେ ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ା ଜିଲ୍ଲାରେ ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୌଦ୍ଧ ଜିଲ୍ଲାରେ ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ପରୀକ୍ଷା କେନ୍ଦ୍ରରେ ତତ୍କାଳ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ କପିମୁକ୍ତ ଭାବେ ସମ୍ପନ୍ନ ହୋଇଯାଇଛି l
ଆସନ୍ତାକାଲି କ୍ରିୟାତ୍ମକ (ପ୍ରାକ୍ଟିକାଲ୍ ଏକ୍ଜାମିନେସନ୍) ପରୀକ୍ଷା ସମ୍ପୃକ୍ତ ପରୀକ୍ଷାର୍ଥୀମାନଙ୍କ ନିଜ ନିଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହେବ l ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ତତ୍କାଳ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ବୋଲି ଆଶା କରାଯାଉଛି l
ଯେଉଁ ପରୀକ୍ଷାର୍ଥୀମାନେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ +୨ ବାର୍ଷିକ ପରୀକ୍ଷାରେ ୬ଟି ପତ୍ରରୁ ପାଞ୍ଚଟିରେ ପାଶ୍ ହୋଇଥିବେ ଏବଂ ଗୋଟିଏ ବିଷୟରେ ଫେଲ୍ ହୋଇଥିବେ, ସର୍ବମୋଟ ଏଗ୍ରୀଗେଟ୍ ୨୧୦ ନମ୍ବର୍ ରଖିଥିବେ, ସେହି ପରୀକ୍ଷାର୍ଥୀଗଣ ତତ୍କାଳ ପରୀକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପରୀକ୍ଷା ଦେଉଥିବା ଡ. ଓଝା ଉଲ୍ଲେଖ କରିଛନ୍ତି l

LEAVE A REPLY

Please enter your comment!
Please enter your name here