ବ୍ରହ୍ମପୁର,୧୯/୦୭/୨୦୨୩: ବର୍ଷ ୨୦୨୧-୨୨ ର ଫସଲ ବୀମା ଏଯାବତ ନପାଇବା ଏବଂ ବିହୀନ୍ନ ବିଷୟବସ୍ତୁ ସମ୍ବଳିତ ୯ ଦଫା ଦାବି ନେଇ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଭାପତି ସଚିନ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ l ପ୍ରକାଶ ଥାଉକି ଗତ ୨୧-୨୨ ବର୍ଷରେ ଅଦିନିଆ ବର୍ଷା କାରଣରୁ ଗଞ୍ଜାମର ବିଭିନ୍ନ ବ୍ଲକ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ, କ୍ଷତି ଗ୍ରସ୍ତ ହୋଇଥିବା ଚାଷ ଫସଲ ବୀମା ଯୋଜନାରେ ଅନ୍ତର୍ଭୂକ୍ତ ଏବଂ ୮୫ ପ୍ରତିଶତ ରୁ ଉର୍ଦ୍ଧ କ୍ଷୟକ୍ଷତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଫସଲବୀମା ରାଶି ଚାଷୀମାନଙ୍କୁ ମିଳିନାହିଁ l ଏଥିପାଇଁ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ଗଞ୍ଜାମ ଜିଲ୍ଲା ନେତୃତ୍ୱ ସ୍ବସ୍ତି ସୁନ୍ଦରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭାଗୀୟ ତଳ ଠାରୁ ଉପର ସମସ୍ତ ଶ୍ରେଣୀ ଦପ୍ତର, ଅଧିକାରୀ, ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରିଥଲେ ଶୁଦ୍ଧା ଫଳଶୂନ୍ୟ, ଏମିତିକି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଂକୁରୁ ପଞ୍ଚାୟତ ଓ ରଙ୍ଗେଈଲୁଣ୍ଡା ବ୍ଲକର ଶତାଧିକ ଚାଷୀ ନଖାଇ ନପିଈ ଭୁବନେଶ୍ୱର ସ୍ଥିତ ଏଆଇସି ବୀମା କମ୍ପାନୀ ସମ୍ମୁଖରେ ଧାରଣାରେ ବସିଲେ ଏହାର ପ୍ରଭାବରେ କୃଷି ସଚିବ ଅରବିନ୍ଦ ପାଢ଼ୀ ଜିଲ୍ଲାପାଳଙ୍କୁ ପୁଣିଥରେ ସରଜମୀନ ତଦନ୍ତ ପାଇଁ ଆଦେଶ ଦେଲେ ତଥାପି ମାସ ମାସ ସଂଖ୍ୟା ବିତିଯାଇଥିଲେ ମଧ୍ୟ ଏହା ପ୍ରତି କାହାର ନିଘା ନାହିଁ, ଚାଷୀ ନ୍ୟାର୍ଯ୍ୟ ଅଧିକାର ବଞ୍ଚିତ ହେବା ଯୋଗୁଁ ସମାଜ ବିଜ୍ଞାନୀ ଏବଂ ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ରଙ୍କ ଜରିଆରେ ଚାଷୀଙ୍କ ସ୍ୱର ତୀବ୍ର ହୋଇଉଠିଛି କିନ୍ତୁ ବୀମା କମ୍ପାନୀ ଏବଂ ସରକାରୀ ବାବୁ ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଯାବତ ଫସଲ ବୀମା ରାଶି ମିଳି ପାରିନାହିଁ l ମଙ୍ଗଳବାର ପୂର୍ବାହ୍ନରେ ସଂଗଠନ ଶିକ୍ଷାବିତ, ମାନବାଧିକାର କର୍ମୀ, ଛାତ୍ର ନେତା, ବୁଦ୍ଧିଜୀବୀ ଏବଂ କ୍ଷୟିଗ୍ରସ୍ତ ସହ ସହ କୃଷକଙ୍କ ଉପସ୍ତିତିରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରଣ ହୁଙ୍କାର କରିଥିଲl l
କୃଷି ଅଧିକାରୀ ଶ୍ରୀ ସୁବ୍ରତ କୁମାର ସାହୁ, ଏବଂ କୃଷି ବିଭାଗର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ନାଥ ଙ୍କୁ ସାକ୍ଷାତ କରି ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା ଏବଂ କୃଷି ଅଧିକାରୀ ପ୍ରତିଶୁତି ଦେଇଛନ୍ତି ଏହା ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ସାକ୍ଷାତ କରିବା ବେଳେ ସଭାପତି ସଚିନ ମହାପାତ୍ର, ମାନବଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର, ପ୍ରବକ୍ତା ସ୍ବସ୍ତି ସୁନ୍ଦର ସିଅ, ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର କର, ସିମାଞ୍ଚଳ ନାୟକ, ଅଶୋକ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସମସ୍ୟାର ଯଥାଶୀଘ୍ର ସମାଧାନ ନହେଲେ ଚାଷୀ ମାନେ ରାଜା ରାସ୍ତା କୁ ଓହ୍ଲାଇ ଅକ୍ଟୋବର ମାସରେ ହଜାର ହାଜର ଚାଷୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ଯିବେ ବୋଲି ଚେତାବନୀ ଦେଇଛନ୍ତି।