ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ବୈଠକ

0
115

ପୋଲସରା ୨୯/୭/୨୩ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ବୈଠକ ଜୁଲାଇ ୨୮ ତାରିଖ ଦିନ କଲେଜ କନଫ୍ରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେବା ସହ ମହାବିଦ୍ୟାଳୟର ଶିକ୍ଷାଦାନ ଓ ଭିତ୍ତିଭୂମି ଉପରେ ଆଲୋଚନା କରିଛନ୍ତି। ବୈଠକରେ ପରିଚାଳନା କମିଟି ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। କଲେଜ ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଚଳିତ ଶିକ୍ଷା ବର୍ଷରେ ଇତିହାସ, ରାଜନୀତି ବିଜ୍ଞାନ, ଓଡ଼ିଆ, ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ୫ ଟି ସ୍ନାତ୍ତକୋତ୍ତର ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ବିଷୟ ଉପସ୍ଥାପନ କରିଥିଲେ। ଏହି ବିଷୟ ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହ ବିଧାୟକ ଶ୍ରୀ ସାହୁ ଆଲୋଚନା କରିଥିଲେ। ବୈଠକରେ ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାଳୁ ଚରଣ ଗୌଡ଼ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here