ମହାମାୟୀ କଲେଜରେ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ ଶିବିର

0
166

ବ୍ରହ୍ମପୁର,୨୭/୦୯/୨୦୨୩: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ନୂତନ ସ୍ଵେଛାସେବିନୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି କବିତା ଶତପଥି ଙ୍କ ପ୍ରେରଣାରେ ଅନୁଷ୍ଠିତ ଏହି ଶିବିରରେ ଇତିହାସ ବିଭାଗ ମୁଖ୍ୟା ପ୍ରାଧ୍ୟାପିକା ଡ. ବାଣୀ ପଟ୍ଟନାୟକ ଅଧକ୍ଷତା କରିଥିଲେ । ଏନ୍‌ଏସ୍‌ଏସ୍‌ ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଂଯୋଯିକା ତଥା ଅଧ୍ୟାପିକା ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ Resource person ଭାବେ ଯୋଗଦେଇ ନୂତନ ସ୍ଵେଛାସେବିନୀ ମାନଙ୍କୁ ପ୍ରଶିକ୍ଷିତ କରିଥିଲେ । ପୂର୍ବତନ ସ୍ୱେଚ୍ଛାସେବୀ ଶୁଭଶ୍ରୀ ତ୍ରିପାଠୀ ଏବଂ ବରିଷ୍ଠ ସ୍ଵେଚ୍ଛାସେବିନୀ ମାନେ ସେମାନଙ୍କ ଅଭିଜ୍ଞତା ପ୍ରକାଶ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରିଣୀ ଶ୍ରୀମତି ସମିତା ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ସୁନୀତା ରାଣୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ ନୂତନ ସ୍ଵେଚ୍ଛାସେବୀ ମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here