ବଡ଼ମ୍ବା କାନାରା ବ୍ୟାଙ୍କ ନିଖୋଜ ବ୍ୟାଙ୍କ ମ୍ୟାନେଜର ଗିରିସୋଲା ରାସ୍ତା ରୁ ଉଦ୍ଧାର

0
208

ବ୍ରହ୍ମପୁର,୨୭/୦୯/୨୦୨୩:କଟକ ଜିଲ୍ଲା ବୈଦେଶ୍ବର ଥାନା ଅନ୍ତର୍ଗତ ବଡମ୍ବା ଠାରେ ଥିବା କାନାରା ବ୍ୟାଙ୍କ ର‌ ମ୍ୟାନେଜର ଗତ ୨୫ ତାରିଖରୁ ନିଖୋଜ ରହିଥିବା ବେଳେ ୨୭ତାରିଖ ସନ୍ଧ୍ୟା ୬ଟା ରେ ଗୋଳନ୍ଥରା ପୁଲିସ ପକ୍ଷରୁ ଗିରିସୋଲା ନିକଟସ୍ଥ ଜାତୀୟ ରାଜପଥ ରୁ ମୋଟର ସାଇକେଲ ସହ ଉଦ୍ଧାର କରିଛି।କାନାରା ବ୍ୟାଙ୍କ ମ୍ୟାନେଜର ତଥା ଗଜପତି ଜିଲ୍ଲା ଅନ୍ତର୍ଗତ ଖାଣ୍ଡବା ବାଡିଗାଁ ଢେପସାହି ନିବାସୀ ତପନ କୁମାର ସାହୁ (୩୧) ଗତ ୨୫ ତାରିଖରେ ନିଜ ଶଶୁର ଘରୁ ବଡମ୍ବା ସ୍ଥିତ ବ୍ୟାଙ୍କ କୁ ଯିବାକୁ ବାହାରି ଥିଲେ କିନ୍ତୁ ସେଠାରେ ବ୍ୟାଙ୍କ ରେ ଲଗ୍ ଅନ୍ କରି ସେଠାରୁ ଫେରିଥିଲେ ବଡ଼ମ୍ବା କାନାଡ଼ା ବ୍ୟାଙ୍କ କୁ ଯାଇ ନଥିଲେ।ଦିନ ୧୦ ଟାପରେ ଆଉ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିଲା।ଏହା ନେଇ ବୈଦେଶ୍ବର ଥାନା ରେ ବଡ଼ମ୍ବା କାନାଡ଼ା ବ୍ୟାଙ୍କ ପକ୍ଷରୁ ତପନ ନିଖୋଜ ରହିଥିବା ନେଇ ଅଭିଯୋଗ କରାଯାଇଥିଲା। ଏହା ପରେ ପରିବାର ପକ୍ଷରୁ ଏକ ମାମଲା ୧୨୨/୨୩ରେ ରୁଜୁ କରିଥିଲେ।ଏହା ମଧ୍ୟରେ ୪୮ଘଣ୍ଟାରୁ ଉର୍ଦ୍ଧ ବିତିବାକୁ ଯାଉଥିବା ବେଳେ ଆଜି ତପନ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଦେଇ ବ୍ରହ୍ମପୁର ପଟକୁ ଆସୁଥିବା ପୁଲିସ ଜାଣିପାରି ଗୋଳନ୍ଥରା ଥାନା କୁ ଅବଗତ କରାଇଥିଲେ। ପୁଲିସ ପକ୍ଷରୁ ଗିରିସୋଲା ଠାରେ ତପନ ସମେତ ସେ ବ୍ୟବହାର କରୁଥିବା ମୋଟରସାଇକେଲ (ଏମଏଚ ୧୨ କ୍ୟୁଜେଡ୍ ୦୯୧୩) ମଧ୍ୟ ଜବତ କରି ଗୋଳନ୍ଥରା ଥାନାରେ ଅଟକ ରଖିବା ସହ ବୈଦେଶ୍ୱର ଥାନାକୁ ଅବଗତ କରାଇଥିଲେ।ଖବର‌ ପାଇ ତପନ ଙ୍କ ସ୍ତ୍ରୀ ଶାଶୁ ଶ୍ୱଶୁର ସମେତ ପରିବାର ବର୍ଗ ଗୋଳନ୍ଥରା ଥାନା ରେ ପହଞ୍ଚି ଆଲୋଚନା କରୁଥିବା ବେଳେ ବଡମ୍ବା ପୁଲିସ ଥାନା ଅଧିକାରୀ କାଦମ୍ବିନୀ ପରିଡ଼ା ଏକ ଟିମ୍ ଗୋଳନ୍ଥରା ଥାନା ରେ ପହଞ୍ଚି ତପନକୁ ପଚରା ଉଚରା କରି ତପନକୁ ବଡ଼ମ୍ବା ନେଇଥିବା ଜଣାପଡ଼ିଛି। ଅନ୍ୟ ପଟେ ତପନ ନିଖୋଜ ରହିବା ପରେ ବିଶାଖାପାଟଣା ପଳାଇ ଯାଇଥିବା ବେଳେ ସେଠାରୁ ଫେରୁଥିବା ବେଳେ ‌ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି। ଅନ୍ୟ ପଟେ ତପନ ଜାଣିଶୁଣି ନିଖୋଜ ରହିଥିଲେ ନା ତାଙ୍କୁ କିଏ ଅପହରଣ କରି ନେଇଥିଲା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ପରିବାର କିମ୍ୱା ତପନ ପକ୍ଷରୁ ଘଟଣା ସମ୍ପର୍କେ ମୁହଁ ଖୋଲୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here