ଭଞ୍ଜନଗରରେ ଆନ୍ତର୍ଜତୀୟ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳିତ

0
104

ଭଞ୍ଜନଗର, ୦୧/୧୦/୨୦୨୩: ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଆଜି ଅନ୍ତର୍ଜାତୀୟ ବୋୟୋଜ୍ୟେଷ ଦିବସ ପାଳିତ ହେଇଯାଇଛି । ଆଜିର ଏହି ପାଳିତ ଦିବସର ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିଲେ । ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ଅଞ୍ଚଳର ବହୁ ଶତାୟୁ ବୟସ୍କ ବ୍ୟକ୍ତିତ୍ଵଙ୍କୁ ସମ୍ମାନ ଜଣାଇବା ସହ ଉପଜିଲ୍ଲାପାଳ ଶ୍ରୀ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଶତାୟୁ ବୟସ୍କ ବ୍ୟକ୍ତିତ୍ଵଙ୍କ ମଧ୍ୟରେ ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମ ପଂଚାୟତ ଅନ୍ତର୍ଗତ ଗଣ୍ଡିସୁଳା ଗ୍ରାମର ହାଡୁ ଦଳେଇ (୧୦୨) ଓ ତାଙ୍କ ସ୍ତ୍ରୀ ମାଲୀ ଦଳେଇ (୧୦୦) ,ଭଞ୍ଜନଗର ସହରରେ ଥିବା ମାହାନ୍ତି ସାହିର କୁଞ୍ଜଳତା ମାହାନ୍ତି (୧୦୧) ଏବଂ ଅମିନା ବିବି (୧୦୦) ଉପସ୍ଥିତ ରହି ଉପଜିଲ୍ଲାପାଳ ଶ୍ରୀ ରାୟଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here