ସାନଖେମୁଣ୍ଡିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କଲେ ନନ୍ଦିନୀ ଦେବୀ

0
161

ବ୍ରହ୍ମପୁର , ୦୩/୧୦/୨୦୨୩ : ରାଜ୍ୟ ବିଜେଡି ପକ୍ଷରୁ ନିୟମିତ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରୁ ନମ୍ଭେମ୍ବର ୧୨ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ଜନ ସଂପର୍କ ପଦଯାତ୍ରା ଆଜି ସାନଖେମୁଣ୍ଡି ବିଜେଡି ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି । ପାଟପୁର ଗନ୍ଧିଛକ ଠାରୁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ୍ ବିଜେଡି କର୍ମକର୍ତ୍ତାଙ୍କ ସହ ଧରାକୋଟ ସମିତି ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ,ସାନଖେମୁଣ୍ଡି ସମିତି ଅଧ୍ୟକ୍ଷ ସିମାଞ୍ଚକ ପାତ୍ରଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟା ମାମାନି ପାତ୍ର , ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ସରପଂଚ ଧୋବା ସ୍ବାଇଁ , ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ନର୍ମଦା କୁମାରୀ ପ୍ରଧାନ ,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ସହଦେବ ପ୍ରଧାନ ପ୍ରମୁଖଙ୍କ ସହ ନିର୍ବାଚିତ ଦଜୀୟ ଜନପ୍ରତିନିଧି ଏବଂ ବିଜେଡି ଅନୁଗତ ଯୋଗଦାନ କରିଥିଲେ । ପାଟପୁର ଗାନ୍ଧୀଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ନନ୍ଦିନୀ ଦେବିଁ ସମାବେଶକୁ ଉଦବୋଧନ ଦେଇଥିଲେ । କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାରଙ୍କ ରାଜ୍ୟର ବିଜେଡି ନେତୃତ୍ଵାଧୀନ ବିଜେଡି ସରକାରକୁ ତୁଳନା କରି ବିପକ୍ଷଙ୍କୁ ପ୍ରବଳ ବର୍ଶିଥିଲେ । ପଦଯାତ୍ରା ସାନଖେମୁଣ୍ଡି ବ୍ଲକ ମୁଖ୍ୟାଳୟ ମହାନଳା ଗ୍ରାମରେ ପଦଯାତ୍ରା ସହ ଗ୍ରାମରେ ପଥପ୍ରାନ୍ତ ସଭାକରି ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ସଚେତନତା କରିଥିଲେ । ରାଜ୍ୟ ସରକାରଙ୍କ ଜନମଙ୍ଗଲକାରୀ ଯୋଜନାର ସଫଳତାରେ ନିମ୍ନବର୍ଗଙ୍କ ଭାଗିଦାରୀକୁ ସରକାର ବିଶ୍ୱାସକୁ ନେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଥିଲେ । ଏହା ସହିତ ପ୍ରଚଳିତ ବିକାଶ ଧାରାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here