ପୋଲସରା ୨୪/୧୨/୨୩ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ମିଳିତ) ୟୁନିଟ ପକ୍ଷରୁ ଶୀତ କାଳୀନ ସ୍ୱତନ୍ତ୍ର ଶିବିର-୨୦୨୩ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଡିସେମ୍ବର ୨୪ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଏନଏସଏସ ର ଏହି ଶିବିରକୁ ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ ଓ ମଥୁରା ସରପଞ୍ଚ ସୁନିତା ବେହେରା ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା) ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେକ୍ ଫରିଦ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିସେମ୍ବର ୨୪ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ଏହି ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହେବ। ଶିବିରର ପ୍ରଥମ ଦିନର କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ପୂର୍ବତନ ପ୍ରୋଗ୍ରାମ ଅଫିସର ଅନିଲ କୁମାର ଦାଶ ଯୋଗଦେଇ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦଙ୍କ ତାଲିମ ପ୍ରଦାନ କରିଥିଲେ। ପରେ ସ୍ୱେଚ୍ଛାସେବୀ ବୃନ୍ଦଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।” ଜାତୀୟ ଏକତା ପାଇଁ ସାମ୍ପ୍ରଦାୟିକ ସଦଭାବନା ଏକାନ୍ତ ଆବଶ୍ୟକ” ବିଷୟ ବସ୍ତୁ ଉପରେ ସ୍ୱେଚ୍ଛାସେବୀ ବୃନ୍ଦ ବକୃତା ପ୍ରଦାନ କରିଥିଲେ। ଅଧ୍ୟାପିକା ବବିତା କୁମାରୀ ଦାଶ ଓ ସୁମିତ୍ରା ରାଉତ ଭାଷଣ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗଦେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Home ବ୍ରହ୍ମପୁର ସ୍ପେଶାଳ ଏନଏସଏସ ପକ୍ଷରୁ ଶୀତ କାଳୀନ ସ୍ୱତନ୍ତ୍ର ଶିବିର।”ଜାତୀୟ ଏକତା ପାଇଁ ସାମ୍ପ୍ରଦାୟିକ ସଦଭାବନା ଏକାନ୍ତ ଆବଶ୍ୟକ”...