ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକତ୍ତୋର ଶିଳ୍ପ ସମ୍ପର୍କ ଓ କlର୍ମିକ ପରିଚାଳନା ବିଭାଗରେ ଦ୍ୱି-ଦିବସୀୟ ଜାତୀୟ ପାଠଚକ୍ର ଉଦଯାପିତ

0
148

ବ୍ରହ୍ମପୁର,୨୫/୧୨/୨୦୨୩: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକତ୍ତୋର ଶିଳ୍ପ ସମ୍ପର୍କ ଓ କାର୍ମିକ ପରିଚାଳନା ବିଭାଗର ଆନୁକୁଲ୍ୟରେ ” ବିଶ୍ୱର ପରିବତିତ କାର୍ଯ୍ୟ ଶୈଳୀ ରେ ମାନବ ସମ୍ବଳ ପରିଚାଳନା”ଶୀର୍ଷକ ଉପରେ ଦ୍ୱି-ଦିବସୀୟ ଜାତୀୟ ପାଠଚକ୍ର ଉଦଯାପିତ ହୋଇ ଯାଇଛି। ପାଠଚକ୍ରର ବିଷୟବସ୍ତୁ ଉଦଘାଟନ ଉତ୍ସବର ପ୍ରଥମ ଦିବସରେ କୁଳପତି ପ୍ରଫେସର ସୁକlନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ଯ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବିଶିଷ୍ଟ ଅତିଥି ଭାବେ ଟାଟା ଫେରୋ ଏଲୟସ ଲିମିଟେଡର ମୁଖ୍ୟ ଶ୍ରୀଯୁକ୍ତ ଏ. ରlମବାବୁ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ନିଜର ମତାମତ ଓ ସଂଦର୍ଭ ଉପସ୍ଥାପନ କରିଥିଲେ । ଉକ୍ତ ପାଠ ଚକ୍ରରେ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଶ୍ଵବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍ ଓ କlର୍ମିକ ପ୍ରବନ୍ଧକ ଏବଂ ଶ୍ରମ ବିଭାଗର ବରିଷ୍ଠ ପ୍ରଶାସକ ଓ ବୁଦ୍ଧିଜୀବୀମାନେ ବିଷୟବସ୍ତୁ ପର୍ଯ୍ୟବେସିତ ତିନୋଟି ଅଧିବେଶନରେ ବିଶ୍ୱରେ ପରିବର୍ତ୍ତିତ କାର୍ଯ୍ୟକ୍ଷେତ୍ର ଏବଂ ଏଥିରେ ମାନବ ସମ୍ବଳ ପରିଚାଳନା ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନର ପାଠଚକ୍ର ଉପରାନ୍ତେ, ଦ୍ଵିତୀୟ ଦିନରେ ଆଉ ଏକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ ପାଟଣା ବିଶ୍ଵବିଦ୍ୟାଳୟର ବରିଷ୍ଠ ପ୍ରଫେସର ପ୍ରଭାକର ଝl ଏବଂ ସହଯୋଗ କରିଥିଲେ ବ୍ରହ୍ମପୁରରେ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବିଭୂତି ଭୂଷଣ ମହାପାତ୍ର । ଆଲୋଚନାଚକ୍ର ସମାପ୍ତ ପରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଯୋଗଦାନ କରି ଉଦଯାପନ ଭାଷଣ ପ୍ରଦାନ କଲେ । ସେ ବିଶ୍ୱର ପରିବର୍ତ୍ତିତ କର୍ମଶୈଳୀରେ ମାନବ ସମ୍ୱଳ ପରିଚାଳନା ପାଠଚକ୍ରର ଉଦଯାପନୀ ଉତ୍ସବରେ, ସାତୋଟି ବିଷୟରେ ନିଜର ଅଭିଭାଷଣ ଉପସ୍ଥାପନ କରି ପ୍ରେକ୍ଷl ଳୟରେ ଉପସ୍ଥିତ ଥିବା ସମସ୍ତଙ୍କ ମନ ମୋହିଲେ ।ଉକ୍ତ ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହି ଯୋଗଦାନ ନିଜ ଆଭିମୁଖ୍ୟ ଉପସ୍ଥାପନ କରି ପାଠଚକ୍ରରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନି ଉତ୍ସବରେ ସ୍ବାଗତ ଭାଷଣ ଦେଇଥିଲେ ଡକ୍ଟର ସତ୍ୟବ୍ରତ ପାତ୍ର ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗର ଅଧ୍ୟାପିକା ଇତିଶ୍ରୀ ଗୀତାକୁମାରୀ । ଉଦଯାପନୀ ଉତ୍ସବରେ ଧନ୍ୟବାଦ ପ୍ରଦାନ କରିଥଲେ ବିଭାଗର ବରିଷ୍ଠ ଅଧ୍ୟାପକ ଡ: ଭରତ କୁମାର ଲାକ୍ରା ।

LEAVE A REPLY

Please enter your comment!
Please enter your name here