ବ୍ରହ୍ମପୁର,୧୨/୦୧/୨୦୨୪: ବହୁଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ ଆଜି ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ତୃତୀୟ) ରାଜ କୁମାର ଦାସ ଏହି ମାମଲା ବିଚାରଣା କରି ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଓ ଅନ୍ୟ ଦୁଇ ଅଭିଯୁକ୍ତ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୨୦୧୮ ସେପ୍ଟମ୍ବର ୪ ତାରିଖରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବିଷ୍ଣୁ ଗୌଡ଼ଙ୍କୁ ଡାକ୍ତରଙ୍କ କ୍ଲିନିକରେ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଡାକ୍ତର ,ବିଷ୍ଣୁଙ୍କୁ ନିଜ ହସ୍ପିଟାଲକୁ ଡାକି ସେଠାରେ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀର କୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିଥଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳା ନେଇଯାଇଥିଲେ। ତଦନ୍ତ ବେଳେ ପୋଲିସ ଉକ୍ତ କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କରିଥିଲା ବୈଦ୍ୟନାଥପୁର ପୁଲିସ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ବିକ୍ରମ କୁମାର କୁଣ୍ଡୁ ମାମଲା ପରିଚାଳନା କରୁଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବହୁଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ, ମୂଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ...