ନିର୍ବାଚନରେ ବ୍ଯବହୃତ ହେବାକୁ ଥିବା ଇଭିଏମ୍ ର ସଚେତନତା କାର୍ଯ୍ୟକ୍ରମ

0
114

ଛତ୍ରପୁର,୧୨/୦୧/୨୦୨୪: ଚଳିତ ବର୍ଷ ଅନୁଷ୍ଠିତ ଏକକ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ର ବ୍ୟବହାର କରି କିଭଳି ଭୋଟଦାତାଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହେବ । ଏଥି ନିମନ୍ତେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରିଛନ୍ତି । ବିଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ମଧ୍ୟ ଭୋଟଦାତାଗଣ ନିଜର ମତ ଇଭିଏମ୍ ଜରିଆରେ ଦେବେ । ଏଣୁ ସେହି ଇଭିଏମ୍ ଦ୍ବାରା ଭୋଟଦାତା କିଭଳି ନିଜ ମତ ଉପସ୍ଥାପନ କରିବେ ତାହାର ସଚେତନ କରିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଅଛି । ଏହାର ଅନୁପାଳନ କରାଯାଇ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାନଙ୍କରେ ଭୋଟଦାତାଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଏହି କେନ୍ଦ୍ର ମାନଙ୍କରୁ ଅବଗତ ହୋଇ ପାରିବେ । ଏହା ସାଥେ ସାଥେ ଚଳିତ ମାସ ୧୬ ତାରିଖ ଠାରୁ ସମସ୍ତ ବ୍ଲକ୍, ପୌରାଞ୍ଚଳ ଏବଂ ମହାନଗର ନିଗମ ଅଞ୍ଚଳ ଗୁଡିକରେ ଏକ ସ୍ବତନ୍ତ୍ର ପ୍ରଚାର ଗାଡିରେ ଇଭିଏମ୍ ରହି ୩୨ ଦିନ ପର୍ଯ୍ୟନ୍ତ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଭୋଟଦାତାଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ବିଶେଷ ଭାବେ ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହେବାର ଅପୂର୍ବ ସୁଯୋଗକୁ ହାତଛଡା ନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଜଣାଇଛନ୍ତି ।
ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଛତ୍ରପୁର ଦେବଦତ୍ତ ମହନ୍ତ, ନିର୍ବାଚନ ଡେପୁଟି କଲେକ୍ଟର ରାଜେଶ କୁମାର ଇକ୍କା, ସହକାରୀ ଜିଲ୍ଲାପାଳ ଓମ୍ ପ୍ରକାଶ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ନିର୍ବାଚନ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here