ବୁଗୁଡା ୧୩/୧/୨୪ ଗଞ୍ଜାମ ଜିଲ୍ଲାର ଦକ୍ଷୀଣ ଘୁମୁସର ବନଖଣ୍ତ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ୧୨ ଗୋଟି ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯାଇଥିଲା। ପକ୍ଷୀ ଗଣନାରୁ ଜଣାପଡିଛି ଯେ ଚଳିତ ବର୍ଷ କୌଣସି ବିଦେଶୀ ପକ୍ଷୀ ଆସିନଥିବା ବେଳେ ୨୪ ପ୍ରଜାତିର ୩୮୭୮ ଟି ସ୍ଥାନୀୟ ପକ୍ଷୀ ରହିଥିବା ଜଣାପଡିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପକ୍ଷୀ ରହିଛନ୍ତି ବୋଲି ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।