ସବୁ ସର୍କଲରେ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ଏପିଏସସିସି) ସ୍ଥାପନ କଲା ଟିପିଏସ୍ଓଡିଏଲ୍ • ପ୍ରଥମ ବିତରଣ କମ୍ପାନୀ ଭାବେ ମିଳିଲା ସଫଳତା • ରାୟଗଡାରେ ନୂତନ କେନ୍ଦ୍ର ଉଦଘାଟିତ • ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ପ୍ରାଥମିକତା

0
78

ବ୍ରହ୍ମପୁର,୧୯/୦୧/୨୦୨୪: ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପ୍ରାଥମିକତା ଦେଉଛି । ଏହିକ୍ରମରେ କମ୍ପାନୀ ପକ୍ଷରୁ ରାୟଗଡା ସର୍କଲ ଅନ୍ତର୍ଗତ ସିରିଗୁଡାଠାରେ ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ଏପିଏସସିସି) ତଥା ଅଞ୍ଚଳ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରକୁ ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ ଉଦଘାଟନ କରିଛନ୍ତି । ରାୟଗଡାରେ ଏହି କେନ୍ଦ୍ରର ପ୍ରତିଷ୍ଠା ସହ କମ୍ପାନୀ ଓଡ଼ିଶାର ଏକମାତ୍ର ବିଦ୍ୟୁତ ବିତରଣ କମ୍ପାନୀ ଭାବେ ନିଜର ସମସ୍ତ ସର୍କଲକୁ ସ୍ୱତନ୍ତ୍ର ଏପିଏସସିସି ସହ ଯୋଡ଼ିବାରେ ସଫଳ ହୋଇଛି ।

ଏହି କେନ୍ଦ୍ରଗୁଡ଼ିକ ଦିନରାତି କାର୍ଯ୍ୟକ୍ଷମ ରହୁଥିବା ବେଳେ ବିଦ୍ୟୁତ ନେଟୱାର୍କର ସୁପରିଚାଳନା, ବିଦ୍ୟୁତ କାଟକୁ ନିୟନ୍ତ୍ରଣ ତଥା ବିଦ୍ୟୁତ ସରବରାହର ତ୍ୱରିତ ପୁନରୁଦ୍ଧାର କ୍ଷେତ୍ରରେ କାର୍ଯ୍ୟ କରୁଛି । ଏହି ବୈଷୟିକ ରୂପାନ୍ତରଣ ଭରସାଯୋଗ୍ୟ ତଥା ସମୟଉପଯୋଗୀ ବିଦ୍ୟୁତ ସେବା ଯୋଗାଇବାରେ ସକ୍ଷମ ହେଉଛି ।

କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ, ” ଆମେ ସମସ୍ତ ସର୍କଲରେ ଏପିଏସସିସି ପ୍ରତିଷ୍ଠା କରିସାରିଛୁ । ଉପଭୋକ୍ତାଙ୍କ ସନ୍ତୁଷ୍ଟି କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ । ଆମେ ନିଶ୍ଚୟ ଯେ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଜାରି ରହିବ।”

ଅଞ୍ଚଳ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ରଗୁଡିକୁ ସ୍କାଡାସହ ଏକତ୍ରୀକରଣ କରିବା ଦ୍ୱାରା ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ସମୟ ସାପେକ୍ଷ ପରିଚାଳନା ଉନ୍ନତ ହୋଇପାରିଛି । ଏହି ବ୍ୟବସ୍ଥା ମାଧ୍ୟମରେ ଅପରେଶନ ଟିମକୁ ସଠିକ ସମୟରେ ସଠିକ ସୂଚନା ମିଳିପାରୁଛି । ଯାହା ଫଳରେ ଏସଏମଏସ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଆଗୁଆ ସୂଚନା ମିଳିପାରୁଛି । ଏହା ସହ କଲ ସେଣ୍ଟରକୁ ମଧ୍ୟ ଆଗୁଆ ସୂଚନା ପହଂଚିପାରୁଛି । ବିଦ୍ୟୁତ ଯୋଗାଣକୁ ପୁନରୁଦ୍ଧାର କରିବା, ଡାଉନ ଟାଇମ ହ୍ରାସ କରିବା ଓ ବିଦ୍ୟୁତ ଯୋଗାଣର ବିଶ୍ୱସନୀୟତା ତଥା ଗୁଣବତ୍ତାକୁ ବୃଦ୍ଧି କରିବା ଦିଗରେ ସ୍କାଡାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

LEAVE A REPLY

Please enter your comment!
Please enter your name here