ଜୀବନ ବୀମା ନିଗମ, ବୃତିକ ଅଭିକର୍ତା ଶାଖା ପକ୍ଷରୁ ୨୯ତମ ଅଭିକର୍ତା ସୁରକ୍ଷା ଦିବସ ପାଳିତ

0
82

ବ୍ରହ୍ମପୁର,୨୫/୦୧/୨୦୨୪: ଜୀବନ ବୀମା ନିଗମ, ବୃତିକ ଅଭିକର୍ତା, ଶାଖା ପକ୍ଷରୁ ଗତକାଲି ୨୯ତମ ଅଭିକର୍ତା ସୁରକ୍ଷା ଦିବସ,( A.P.P. DAY) ଇଂଜିନିୟରିଂ ସ୍କୁଲ ଛକ ଠାରେ ଅବସ୍ଥିତ ରାଜସ୍ବ
ବଙ୍ଗଳା ସଭାକକ୍ଷ ଠାରେ ଶାଖା ସଭାପତି ବୃନ୍ଦବାନ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଏଲ୍.ଆଇ.ସି ବ୍ରହ୍ମପୁର ମଣ୍ଡଳର ସି ଏଲ ଆଇ ଏ ର ପ୍ରବନ୍ଧକ କମଳ କାନ୍ତ ଜେନା ଓ ବୃତିକ ଅଭିକର୍ତା ଶାଖା ପରିଚାଳକ ଶ୍ରୀ ଖଦାଳ ସେଠୀ, ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ ।ଅଭିକର୍ତା ସଂଗଠନ ର ମଣ୍ଡଳ ସଭାପତି ମନ୍ମଥ କୁମାର ପାଢ଼ୀ ଯୋଗଦେଇ ସଂଗଠନର ବୃଦ୍ଧି କ୍ଷେତ୍ରରେ ବୃତିକ ଅଭିକର୍ତା ଶାଖାର ଅବଦାନକୁ ଭୂୟସି ଅଂଶସା କରିଥିଲେ ।ଶାଖା ସଂପାଦକ ପି. ସନ୍ତୋଷ କୁମାର ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ସୁବ୍ରତ କୁମାର ମହାନ୍ତି ଆୟ ବ୍ୟୟର ବିବରଣୀ ପାଠ କରିଥିଲେ । ଏହି ବିବରଣୀ ଉପରେ ୧୭ଜଣ ଅଭିକର୍ତା, ସୁଚିନ୍ତିତ ମତାମତ ଦେଇ ଆଲୋଚନା କଲାପରେ ବିବରଣୀ ଗୃହୀତ ହୋଇଥିଲା । ଏହି ସଭାରେ
ମହିଳା ଅଭିକର୍ତାମାନଙ୍କ ମଧ୍ୟରେ ମମତା ତ୍ରିପାଠୀ, ସଂଯୁକ୍ତା ସାହୁ, ନିନିତା ଚୌଧୁରୀ, ନରମଦା ବେହେରା,ସିଏଚ୍.ଅର୍ଚ୍ଚନା ପାତ୍ର, ବସନ୍ତ ମଞ୍ଜରୀ ପଣ୍ଡା, ପୂର୍ଣ୍ଣଲତା ମିଶ୍ର, ବି. ସୁନିତା ଦୋରା, ରାନୁପାତ୍ର, ପୁଷ୍ପଲତା ପାଣିଗ୍ରାହୀ, ଶାନ୍ତି ସେଠୀ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।ବ୍ରହ୍ମପୁର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଶ୍ରୀଯୁକ୍ତ ଶ୍ରୀକାନ୍ତ ଦାରା ଏବଂ ବ୍ରହ୍ମପୁର ମଣ୍ଡଳର ବିକ୍ରୟ
ପ୍ରବନ୍ଧକ ପି.କେ. ଦାଶ ମହାପାତ୍ର ଯୋଗଦେଇ ଜୀବନ ବୀମାର ଅବଦାନ, ଦେଶ ଗଠନରେ ଅଭିକର୍ତା
ମାନଙ୍କ କାର୍ଯ୍ୟାବଳୀକୁ ପ୍ରଶଂସା କରିବା ସହିତ ବ୍ୟବସାୟ କ୍ଷେତ୍ରରେ ଏଲ୍.ଆଇ.ସି.କୁ ଦେଶର ୧ନଂ
ଅର୍ଥନୈତିକ ସଂସ୍ଥାରେ ପରିଣତ କରିବା ପାଇଁ ଆହ୍ବାନ
ଦେଇଥିଲେ ।ଏହି ସଭାକୁ ସଂଗଠନର ଉପଦେଷ୍ଟା ମନୋଜ କୁମାର ଦାଶ,ବୁଧୁ ସାହୁ, ଆନନ୍ଦ ପଟ୍ଟନାୟକ, ଲୋକନାଥ ପୁଂଟିଆ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସୁଶାନ୍ତ ପଟ୍ଟନାୟକ,
ସିତାରାମ ସାହୁ, ଡ଼ମୁରୁଧର ପରିଡ଼ା, ବାଇନାଥ ସାହୁ ଭଗବାନ ସାମଲ, କେ. ଶିବରାମ ଦାଶ, ଡ଼ି. ଦିବାକର
ପାତ୍ର, ସିମାଂଚଳ ମିଶ୍ର, ନିରଞ୍ଜନ ସେଠୀ, ବାସୁଦେବ ଦାଶ,ପ୍ରଭାତ କୁମାରର ପାଢ଼ୀ,ଗୌର ଚନ୍ଦ୍ର ପାତ୍ର,ଅମର ପାତ୍ର, ଦିଲ୍ଲୀପ କୁମାର ସାହୁ, ସୁଶାନ୍ତ ତ୍ରିପାଠୀ, ପ୍ରମୂଖ ଅଗ୍ରଣୀ ଭୂମିକା ନେଇଥିଲେ । ଏହି ସଭାରେ ସମସ୍ତ ଅଭିକର୍ତା ଯୋଗଦାନ କରିଥିଲେ । ପଦ୍ମନାଭ ପାଢ଼ୀ ଧନ୍ୟବାଦ ଅର୍ପଣ କଲାପରେ ଜାତୀୟ ସଂଗୀତ ଗାନ
କରି ସଭାକାର୍ଯ୍ୟ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here