ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

0
87

ବ୍ରହ୍ମପୁର ୨୬/୦୧/୨୦୨୪:ନେହେରୁ ନଗର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ପ୍ରାଙ୍ଗଣରେ ଆଜି ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ଅଧ୍ୟକ୍ଷ ଶ୍ରୀ ସତୀଶ୍ ପାଣିଗ୍ରାହୀ ଓ ଜିଲ୍ଲା ଉପଭୋକ୍ତା ଆଇନଜୀବୀ ସଂଘ ର ସଭାପତି ଶ୍ରୀ ଅନିଲ ସାହୁ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ଦେଶର ସମ୍ବିଧାନ ରେ ସମସ୍ତ ନାଗରିକଙ୍କର ଅଧିକାର ଓ ତାର ସୁରକ୍ଷା ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଏକ ଐତିହାସିକ ପ୍ରଣୟନ । ଉପଭୋକ୍ତା ସମ୍ବିଧାନ ର ସୁପରିଚାଳନା ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ସାରା ଓଡ଼ିଶାରେ ରେ ଏକ ନମ୍ବର ଆୟୋଗ ପାଇଁ ଆଗେଇ ଆସିବା ସହ ବର୍ତ୍ତମାନ ମାସିକ ୨୫ ରୁ ୩୦ ଟି ମାମଲାରେ ସମାଧାନ କରିପାରୁଛି । ଯାହା ନୂଆଦିଲ୍ଲୀ ସ୍ଥିତ ଜାତୀୟ ଉପଭୋକ୍ତା ଆୟୋଗଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇପାରିଛି । ଏପରି ସହଯୋଗ ଉପଭୋକ୍ତା ଆୟୋଗରେ କାର୍ଯ୍ୟରତ ସମସ୍ତ ଆଇନଜୀବୀ ଓ ଷ୍ଟାଫ୍ ମାନଙ୍କ ସହଯୋଗ ରେ ସମ୍ଭବ ହୋଇଥିବା ବିଷୟ ଉପସ୍ଥିତ ଅତିଥିମାନେ ନିଜ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here