*କେବେ ବଦଳିବେ ଏହି ଅଧିକାରୀ*

0
195

ଭୂବନେଶ୍ୱର,୨୬/୦୧/୨୦୨୪:
କେବେ ବଦଳିବେ ଏହି ଅଧିକାରୀ।
ଏହି ଅଧିକାରୀ ଜଣକ ହେଲେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ର ପ୍ରମୁଖ ଶାସନ ସଚିବ ଜି.ମାଥିଭାତନନ, ଯିଏ କି ଦୀର୍ଘ ଦଶ ବର୍ଷ ହେଲା ଗୋଟିଏ ବିଭାଗ କୁ ନିଜ ଦାୟିତ୍ୱ ରେ ରଖିଛନ୍ତି।ତାମିଲନାଡୁ ମୂଳ ବାସିନ୍ଦା ତଥା ମେକାନିକାଲ ଇଞ୍ଜିନିୟରିଂ ରେ ଶିକ୍ଷା ଲାଭ କରି ୧୯୯୪ ମସିହାରେ ଭାରତୀୟ ପ୍ରଶାସନିକ ସେବା ର ଓଡିଶା କ୍ୟାଡର ରେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ, ମୂଖ୍ୟମନ୍ତ୍ରୀ ଙ୍କ ସଚିବ ଭଳି କାର୍ଯ୍ୟ କରିଥିବା ଏହି ଅଧିକାରୀ ଙ୍କ ଦୀର୍ଘ ୧୦ ବର୍ଷ ହେଲା ଗୋଟିଏ ବିଭାଗ ରେ ଏମିତି କେଉଁ ମହତ୍ କାର୍ଯ୍ୟ କରୁଛନ୍ତି ଯେ, ତାଙ୍କର ବଦଳି ତାଲିକା ରେ ନାମ ଆସୁନାହିଁ।ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଥର ଆଇ ଏ ଏସ ଅଧିକାରୀ ଙ୍କ ବଦଳି ତାଲିକା ପ୍ରକାଶ କରିଛନ୍ତି କିନ୍ତୁ ଏହି ଅଧିକାରୀ ଙ୍କୁ କୌଣସି ପ୍ରକାର ବଦଳି କରାଯାଉ ନାହିଁ।ନଗର ଉନ୍ନୟନ ବିଭାଗ ରେ ଏହି ଅଧିକାରୀ ଜଣକ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ କମିଶନର ତଥା ସଚିବ ଥିବା ବେଳେ ୨୦୧୯ ରୁ ପଦୋନ୍ନତି ପାଇ ଆଜି ପର୍ଯ୍ୟନ୍ତ ସେଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ ହେଇଗଲେ।ରାଜ୍ୟ ରେ ବର୍ତ୍ତମାନ ଚାଲିଥିବା 5-T ଶାସନ (୫ ଜଣ ତାମିଲ) ଙ୍କ ମଧ୍ୟ ରେ ଏହି ଅଧିକାରୀ ଜଣକ ଅନ୍ୟତମ ଯିଏକି ତାଙ୍କର ବିଭାଗ ଅଧିନ ରେ “ପିଠା” “ମୁକ୍ତା” “ଜାଗା ମିଶନ” ଭଳି କେତେ ଯେ, ଯୋଜନା କରିଛନ୍ତି, ଆଉ କେତେ ଯୋଜନା ର ସଫଳ ରୂପାୟନ ଜନସାଧାରଣ ପାଇଁ ହୋଇଛି, ତାହା ଓଡିଶା ବାସୀ ଭଲ ଭାବେ ଜାଣନ୍ତି।କେନ୍ଦ୍ରୀୟ ଅନୁଦାନ କୁ ହଡପ କରିବା ଉଦ୍ଦେଶ୍ୟ ରେ ନିଜ ବିଭାଗ ଅଧିନରେ ଥିବା “ଜନସ୍ବାସ୍ଥ୍ୟ” କୁ ପରିବର୍ତ୍ତନ କରି “ଓ୍ବାଟକୋ” ମାଧ୍ୟମରେ ହରଲୁଟ କରିବା ପାଇଁ ଅବସରପ୍ରାପ୍ତ ତଥା ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଙ୍କୁ ଠିକା ରେ ନିଯୁକ୍ତି ଦେଇ “ଓ୍ବାଟକୋ” ର ମୁଣ୍ଡିଆଲ କରିଛନ୍ତି।ଓ୍ବାଟକୋ ମାଧ୍ୟମରେ ରାଜ୍ୟ ସାରା ୨୪ ଘଣ୍ଟିଆ ଜଳ ଯୋଗାଣ, ପ୍ରତ୍ୟେକ ଘରକୁ ଟ୍ୟାପ,ମିଟର ତଥା ଆଟୋମେସନ ନାମରେ ହରଲୁଟ ପାଇଁ ଠିକା ନିଯୁକ୍ତ ମୁଣ୍ଡିଆଲ ଯନ୍ତ୍ରୀ ଙ୍କ ମାଧ୍ୟମରେ ଏହି ଅଧିକାରୀ ଜଣକ ରାସ୍ତା ପ୍ରଶସ୍ତ କରିଛନ୍ତି।”ଓ୍ବାଟକୋ” ରାଜ୍ୟ ର ସହରାଞ୍ଚଳରେ ପ୍ରତ୍ୟେକ ଘରକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ରେ ସତ୍ୟ କ’ଣ ତାହା ରାଉରକେଲା ରେ ଘଟିଥିବା ଘଟଣା ରୁ ଜନସାଧାରଣ ଅନୁଭବ କରିସାରିଛନ୍ତି।ରାଉରକେଲା ସହରର ରେ ଦୂଷିତ ପାଣି ପିଇ ସାଧାରଣ ରେ ମୃତ୍ୟୁ ବରଣ କରିବା ଘଟଣା ସରକାରଙ୍କ ବିଶୁଦ୍ଧ ପାନୀୟ ଜଳଯୋଗାଣ ର ପ୍ରମାଣ ଯଥେଷ୍ଟ।
ନଗର ଉନ୍ନୟନ ବିଭାଗ ଅଧିନରେ “ଜଳସାଥି” ଭଳି ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ସଂଶ୍ଳିଷ୍ଟ ଅଛନ୍ତି ,ଯାହା କି ସରକାର ଏବଂ ଭୋଟର ମଧ୍ୟରେ ଯୋଗସୂତ୍ର ରଖି ଭୋଟ ହାତେଇବା ଭଳି କାର୍ଯ୍ୟ କରୁଛନ୍ତି।ଯାହାକି ଏହି ଅଧିକାରୀ ଜଣକ ସେଇ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଭୋଟର ଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି।ଏଣୁ ଏହି ଅଧିକାରୀ ଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ “ନିରୀକ୍ଷକ” ପକ୍ଷରୁ ଦେଶର ନିର୍ବାଚନ କମିଶନର ଙ୍କ ଏବଂ ଓଡିଶା ର ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ଠାରେ ଟୁଇଟ ଯୋଗେ ଅଭିଯୋଗ କରାଯାଇଛି।

LEAVE A REPLY

Please enter your comment!
Please enter your name here