ବୁଗୁଡା,୩୧/୦୧/୨୦୨୪: ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର ଜାନୁଆରୀ ୩୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପାନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ କୈଳାଶ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଯୋଗଦେଇଥିଲେ। ବାଲିପଦର ଡିଗ୍ରି କଲେଜ ପ୍ରିନ୍ସିପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ଅଧ୍ୟାପିକା ସ୍ମିତାରାଣୀ ସାହୁ, ଅଧ୍ୟାପକ ଡକ୍ଟର ସମୀର କୁମାର ନାୟକ ଓ କେ.ନୀଳମାଧବ ଆଚାରୀ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କୁ ଆତ୍ମା ସୁରକ୍ଷାର ଜରୁରୀ ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ। ଏହିକାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରିୟଙ୍କା ସ୍ୱାଇଁ ଓ ତାଙ୍କ ସହଯୋଗୀ ଛାତ୍ରୀମାନଙ୍କୁ ଆଠ ଦିନ ଧରି ଆତ୍ମ ସୁରକ୍ଷା ପାଇଁ ତାଲିମ ପ୍ରଦାନ କରିଥିଲେ। ଛାତ୍ରୀମାନେ ତାଲିମ ଶିବିରରେ ଶିକ୍ଷା ଲାଭ କରିଥିବା ଆତ୍ମା ସୁରକ୍ଷା କୌଶଳ ଅତିଥି ବୃନ୍ଦଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ। ଅଧ୍ୟାପକ କାହ୍ନୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।