ପୋଲସରା:୦୪-୦୨-୨୦୨୪: ପୋଲସରା ବ୍ଲକ ପାଣ୍ଡିରିପଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ତରଫରୁ କଷିପଡା ପଡିଆ ଠାରେ ବିଶ୍ଵ କର୍କଟ ଦିବସ ଅବସରରେ ଦୁଇ ଦିନିଆ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଫାର୍ମାସିଷ୍ଟ ଗଣେଷ କୁମାର ନାୟକ, ଆୟୁସ ଡକ୍ଟର ସୁନୀଲ କୁମାର ଦଳାଇ, ବିଜୟ କୁମାର ଭୂୟାଁ, ପାତାଳସିଙ୍ଗି ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠୀ, ପାଣ୍ଡିରୀପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ ପ୍ରମୁଖ ଯୋଗଦେଇଥିଲେ । କବାଡି ଖେଳରେ ବିଜୟୀ ଲାଭ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ବିତରଣ କରାଯାଇଥିଲା ।