୧୧୩୨ ଛାତ୍ରଛାତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ଗାନ

0
85

ବ୍ରହ୍ମପୁର, ୦୫/୦୨/୨୦୨୪ : ଆଜି ସ୍ଥାନୀୟ ଭି. ଭି. ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକ ର ୧୩୨ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତା ର ଉତ୍ସବ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଏବଂ ବିଭିନ୍ନ ବ୍ଲକ ରୁ ଆସିଥିବା ୧୧୩୨ ଜଣ ଛାତ୍ରଛାତ୍ରୀ ଅତିଥ୍‌ ମାନଙ୍କ ଗହଣରେ ସାମୁହିକ ବନ୍ଦ
ଉତ୍କଳ ଜନନୀ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜନ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧ୍ୟାକାରୀ ତଥା ଜିଲ୍ଲା ପ୍ରକଳ୍ପ
ସଂଯୋଜକ ଅମିତା ପଟ୍ଟନାୟକ ଯୋଗଦେଇ ଆମ ଭାଷା ଓଡ଼ିଆ ସବୁଠୁ ବଢିଆ, ଆମ ଓଡିଆ ଭାରି ବଢିଆ, ଆମ ସଂସ୍କୃତି ଅନୁକରଣୀୟ ବୋଲି ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥ୍‌ ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ, ଭେଷଜ ହତା, ବ୍ରହ୍ମପୁର ର ପ୍ରଧାନଶିକ୍ଷୟିତ୍ରୀ ଡଃ ପ୍ରଭାତୀ ମହାପାତ୍ର ଏବଂ ସମଗ୍ର ଶିକ୍ଷା, ଗଞ୍ଜାମ ର ଆଦିବାସୀ ଶିକ୍ଷା ସଂଯୋଜକ ଡଃ ସରୋଜ ମୋହନ ପାଳଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଚତୁର୍ଥ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଦୁଇ ଭାଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଡଃ ଶଙ୍କର ନାରାୟଣ ବେଜ,ପ୍ରଧାନଶିକ୍ଷକ ଶଶାଙ୍କ କୁମାର ପଣ୍ଡା, ସହକାରୀ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାପାତ୍ର, ଶୁଭଶ୍ରୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ନୀତିବେଦା ପାଢୀ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here