ବ୍ରହ୍ମପୁର,୦୬/୦୨/୨୦୨୪:ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ନୂତନ ଜୀବନ ବୀମା ପଲିସି ଇଣ୍ଡେକ୍ସ ପ୍ଲସ ଉନ୍ମୋଚିତ ହୋଇଯାଇଛି। ଆଜି ସ୍ଥାନୀୟ ଖୋଡାସିଙ୍ଗିସ୍ଥିତ ମଣ୍ଡଳ କାର୍ଯ୍ୟାଳୟରେ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶ୍ରୀକାନ୍ତ ଦାରାଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଯାଇଛି।ଏହା ଏକ ପୁଞ୍ଜିବଜାର ସମ୍ପର୍କିତ ପଲିସି, ଗ୍ରାହକ ନ୍ୟୁନତମ ମାସିକ ₹୨୫୦୦ ରୁ ନିବେଶ କରିବାର ସୁଯୋଗ ରହିଛି। ଅଧିକନ୍ତୁ ପୁଞ୍ଜିନିବେଶ ର ବିକଳ୍ପ ସହିତ ସୁନିଶ୍ଚିତ ବୃଦ୍ଧି ଉପଲବ୍ଧ।ଏହି ଅବସରରେ ମଣ୍ଡଳର ବିପଣନ ପ୍ରବନ୍ଧକ ଶ୍ରୀ ଅମୁଲ୍ୟ କୁମାର ପାଟ୍ଟଯୋଶୀ, ବିକ୍ରୟ ପ୍ରବନ୍ଧକ ପ୍ରାଣକୃଷ୍ଣ ଦାସମହାପାତ୍ର ଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।