ବୁଗୁଡା ୭/୨/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ସମିତି ସଭ୍ୟ ସ୍ୱଚ୍ଛତା ପାଇଁ ପ୍ରତିଦିନ ସନ୍ଧ୍ୟାରେ ରାସ୍ତାକୁ ପହଁରି ସଫା କରିବା ସହ ଅଳିଆ ପୋଡ଼ିଦେଉଥିବା ଦେଖିବାକୁ ମିଳିଛି। ମାଣିତରା ସମିତି ସଭ୍ୟ ଜୟଦେବ ପ୍ରଧାନ, ବୟସ ପ୍ରାୟ ୭୦ ବର୍ଷ। ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିଲେ ମଧ୍ୟ ପ୍ରତିଦିନ, ମାଣିତରାର ପ୍ରବେଶ ଦ୍ୱାର ବିଦ୍ୟାଳୟ ଛକ କୁ ପ୍ରତିଦିନ ସନ୍ଧ୍ୟାରେ ପାଣି ଛିଞ୍ଚି , ଝାଡୁରେ ରାସ୍ତାକୁ ପହଁରି ସଫା କରି ଅଳିଆ ଗୁଡିକୁ ପୋଡିଦିଅନ୍ତି। ସମିତି ସଭ୍ୟ ଶ୍ରୀ ପ୍ରଧାନଙ୍କ ଏହି ସ୍ୱଚ୍ଛତା କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।